ସ୍ବିଗି ଓ ଜୋମାଟୋରେ ଆଉ ମିଳୁନି ଡୋମିନସ୍ ପିଜା

ସ୍ବିଗି ଓ ଜୋମାଟୋରେ ଆଉ ମିଳୁନି ଡୋମିନସ୍ ପିଜା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ମାର୍ଟଫୋନର ବଢୁଥିବା ଚାହିଦା ଏବଂ ଆକର୍ଷକ ଡିସକାଉଣ୍ଟ ଯୋଗୁ ଭାରତରେ ଡେଲିଭରୀ ପ୍ଲାଟଫର୍ମ ତୀବ୍ର ଭାବେ ଲୋକପ୍ରିୟ ହେଉଛି। ଏଭଳି କ୍ଷେତ୍ରରେ ଡୋମିନସ୍ ପିଜା(Domino’s Pizza)ର ଭାରତୀୟ ଫ୍ରାଞ୍ଚାଇଜ ନେବାକୁ ଯାଉଛନ୍ତି ଏକ ବଡ଼ ନିଷ୍ପତ୍ତି। ଡୋମିନସ୍ ଖୁବଶୀଘ୍ର ସ୍ବିଗି(Swiggy) ଓ ଜୋମାଟୋ(Zomato)ରୁ ନିଜକୁ ହଟାଇ ଦେବା ନେଇ ଚିନ୍ତା କରୁଥିବା ଜଣାପଡ଼ିଛି। ଆଗାମୀ ଦିନରେ ହୁଏତ ଆପଣ ସ୍ବିଗି ଓ ଜୋମାଟୋରୁ ଆଉ ପିଜା ଅର୍ଡର କରିପାରିବେ ନାହିଁ। ଉଭୟ ଫୁଡ୍ ଡେଲିଭରୀ ଆପର ବୃହତ୍ କମିଶନ ଯୋଗୁ ଡୋମିନସ୍ ପିଜା ଇଣ୍ଡିଆ ଚିନ୍ତିତ ଅଛି। ସେଥିପାଇଁ କମ୍ପାନି ଯେ କୌଣସି ମୁହୂର୍ତ୍ତରେ ବଡ଼ ନିଷ୍ପତ୍ତି ନେଇପାରେ।

ଜୋମାଟୋ ଓ ସ୍ବିଗି ବିରୋଧରେ ସାଙ୍ଘାତିକ ଅଭିଯୋଗ
ଏହି ଅଭିଯୋଗ ଆଣିଛି ଜୁବିଲେଣ୍ଟ ଫୁଡୱର୍କ୍ସ JUBI.NS। ଏହି କମ୍ପାନି ଭାରତରେ ଡୋମିନସ୍ ଓ ଡଙ୍କିନ୍ ଡୋନଟସର ଚେନ୍ ଅପରେଟ୍ କରିଥାଏ। ଏହା ହେଉଛି ଭାରତର ସବୁଠୁ ବଡ଼ ଫୁଡ୍ ସର୍ଭିସ୍ କମ୍ପାନି। ଏହାର ପ୍ରାୟ ୧୬ଶହରୁ ଅଧିକ ବ୍ରାଣ୍ଡେଡ୍ ରେସ୍ତୋରାଁ ଆଉଟଲେଟ୍ ଅଛି। ତନ୍ମଧ୍ୟରେ ୧୫୬୭ଟି ଡୋମିନସ୍ ଏବଂ ୨୮ଟି ଜୁବିଲେଣ୍ଟ ଆଉଟଲେଟ୍ ସାମିଲ ଅଛି। ଗତ ଏପ୍ରିଲ ମାସରେ କମ୍ପିଟିସନ କମିଟି ଅଫ୍ ଇଣ୍ଡିଆ ବା CCI ସ୍ବିଗି ଓ ଜୋମାଟୋ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଉଭୟ କମ୍ପାନି ବିରୋଧରେ କଥାବାର୍ତ୍ତା ଠିକ୍ କରୁ ନଥିବାର ଅଭିଯୋଗ ଆସିଥିଲା। ସ୍ବିଗି ଓ ଜୋମାଟୋ ବିରୋଧରେ ସେମାନଙ୍କ ରେସ୍ତୋରାଁ ପାର୍ଟନର ହିଁ ଆଣିଥିଲେ ସାଙ୍ଘାତିକ ଅଭିଯୋଗ। ତେବେ ଏହି ମାସରେ ଜୁବିଲେଣ୍ଟର କହିବା କଥା, ଭାରତର ୨୬-୨୭ ପ୍ରତିଶତ କାରବାର କେବଳ ଅନଲାଇ ପ୍ଲାଟଫର୍ମରୁ ଆସିଛି। ଏଥିରେ ନିଜର ମୋବାଇଲ ଆପ୍ଲିକେସନ ଓ ୱେବସାଇଟ୍ ମଧ୍ୟ ସାମିଲ ଅଛି। ଜୁଲାଇ ୧୯ ତାରିଖରେ କମ୍ପାନି CCIକୁ ସମ୍ବୋଧିତ କରି କହିଥିଲା ଯେ, କମିଶନ ନିଜର ଦର ଉପରେ ବିଚାର କରୁ।

କମିଶନ ଉପରେ ନାଖୁସ୍ ରେସ୍ତୋରାଁ ବେପାରୀ
ଯେତେବେଳେ ସ୍ବିଗି ଓ ଜୋମାଟୋ ବିରୋଧରେ ଭାରତର ଅନେକ ଲୋକ ଅଭିଯୋଗ ଆଣିଲେ, ସେତେବେଳେ ଜୁବେଲଣ୍ଟ ଚେତାବନୀ ଦେଇଛି। ତେବେ ସିସିଆଇର ମାମଲା ନ୍ୟାସନାଲ ରେସ୍ତୋରାଁ ଆସୋସିଏସନର ଏକ ଅଭିଯୋଗରୁ ଆରମ୍ଭ ହୋଇଥିଲା।

ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବି ଆପଣ ସ୍ବିଗି କିମ୍ବା ଜୋମାଟୋ ଚେକ୍ କଲେ ଆଉ ଆସୁ ନ ଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ସ୍ବିଗିରେ ଡୋମିନସ୍ ସର୍ଚ୍ଚ କଲେ ଉପଲବ୍ଧ ରହୁନଥିବା ରାଜଧାନୀର କେତେକ ଯୁବପିଢ଼ି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: