ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । କଳ୍ପନା ଦାସ ଓ ଝିଅ ବବଲି ହତ୍ୟା କାଣ୍ଡ ମାମଲାରେ କାରାଦଣ୍ଡ । ଛତିଶଗଡର ରାୟଗଡ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଥିଲେ ଅନୁପ ସାଏ ।୨୦୧୬ରେ କଳ୍ପନା ଓ ଝିଅ ବବଲିଙ୍କୁ ହତ୍ୟା କରି ଗାଡି ଚଢାଇଦେଇଥିଲେ ଅନୁପ ସାଏ ।ଏହି ମାମଲାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଅନ୍ୟତମ ଅଭିଯୁକ୍ତ ଭାବେ ମାମଲାରେ ଛନ୍ଦି ହୋଇଥିଲେ । କିନ୍ତୁ କୋର୍ଟ ବର୍ଦ୍ଧନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: