ରଣବୀରଙ୍କ ସହ ନଜରକୁ ଆସିବେ ରଶ୍ମିକା

ରଣବୀରଙ୍କ ସହ ନଜରକୁ ଆସିବେ ରଶ୍ମିକା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡରେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅର୍ଜୁନ୍ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଏଥର ତାଙ୍କ ଫିଲ୍ମରେ ରଣବୀର କାପୁର, ଅନୀଲ କାପୁର ଓ ବବି ଦିଓଲ ମଧ୍ୟ ନଜର ଆସିବେ । ଫିଲ୍ମର ଟାଇଟଲ ଆନିମଲ୍ ରହିଥିବାବେଳେ ଷ୍ଟାରକାଷ୍ଟ ଲିଷ୍ଟରେ ଜଣେ ଚର୍ଚ୍ଚିତା ନାୟିକା ମଧ୍ୟ ସାମିଲ ହୋଇଛନ୍ତି । ପୂର୍ବରୁ ଫିଲ୍ମ ଆନିମଲରେ ପରିଣୀତି ଚୋପ୍ରାଙ୍କୁ ସାଇନ୍ କରାଯାଇଥିଲା । ହେଲେ ଇମ୍‌ତିଆଜ୍ ଅଲ୍ଲୀଙ୍କ ଫିଲ୍ମ ଚମ୍‌କିଲା ପାଇଁ ପରିଣୀତି ଏହି ଫିଲ୍ମରୁ ଓହରିଯାଇଥିଲେ । ଫଳରେ ରଣବୀର କାପୁରଙ୍କ ଅପୋଜିଟ୍‌ରେ ଫିଲ୍ମ ପୁଷ୍ଫା ଫେମ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଅଗଷ୍ଟ ୧୧, ୨୦୨୩ରେ ରିଲିଜ୍ ହେବାକୁ ଥିବାବେଳେ ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ପ୍ରଡକ୍ସନ୍ ହାଉସ୍ ଟି-ସିରିଜ୍ ଘୋଷଣା କରିଛି । ଟି-ସିରିଜ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମଟି ଭୂଷଣ କୁମାର ଓ କ୍ରିଶନ୍ କୁମାରଙ୍କ ପ୍ରଯୋଜନାରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: