ମନଇଚ୍ଛା ସାମ୍ୱାଦିକଙ୍କ ବିରୋଧରେ ହୋଇ ପାରିବନି ଦେଶଦ୍ରୋହ ମାମଲା

ମନଇଚ୍ଛା ସାମ୍ୱାଦିକଙ୍କ ବିରୋଧରେ ହୋଇ ପାରିବନି ଦେଶଦ୍ରୋହ ମାମଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ରୁଜୁ କରାଯାଇପାରିବ ନାହିଁ ଦେଶଦ୍ରୋହ ମାମଲା। ସେହିପରି ସେମାନଙ୍କୁ ଏହି ଆଳରେ ଗିରଫ ମଧ୍ୟ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲାକୁ ଖାରଜ କରି ଏହା କହିଛନ୍ତି ସୁପ୍ରିମକୋର୍ଟ।

୨୦୧୯ ଦିଲ୍ଲୀ ହିଂସାକୁ ନେଇ ବିନୋଦ ଦୁଆଙ୍କ ଏକ କାର୍ଯ୍ୟକ୍ରମ ଉପରେ ଆପତ୍ତି ଉଠାଇ ହିମାଚଳ ପ୍ରଦେଶର ଜଣେ ବିଜେପି ନେତା ଅଭିଯୋଗ କରିଥିଲେ। ଏହା ପରେ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ ଦୁଆ। ଏହାର ଶୁଣାଣି କରି ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ତେବେ ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା କୌଣସି ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପୂର୍ବରୁ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଗଠିତ ପ୍ୟାନେଲର ମଞ୍ଜୁରୀ ଜରୁରୀ କରାଯାଉ ବୋଲି ବିନୋଦ ଦୁଆ ଯେଉଁ ଆବେଦନ କରିଥିଲେ, ତାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: