ମହାନଗର ବିଜେଡି ପକ୍ଷରୁ ଟ୍ରାଫିକ ପୋଲିସ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାସ୍କ ଓ ସାନିଟାଇଜ ବଣ୍ଟନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:(ବ୍ରହ୍ମପୁର) କୋଭିଡ୍ ର ପ୍ରକୋପ ଯୋଗୁ ଘୋଷଣା ହୋଇଛି ଲକଡାଉନ୍। ଆଉ ସେହି ଲକ୍ ଡାଉନ୍ ରେ ଲୋକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି ପୋଲିସ। ଦିନ ରାତି ଏକ କରି ସହରର ପ୍ରମୁଖ ଛକ ଗୁଡ଼ିକରେ ପହରା ଦେଉଛି। ଯିବା ଆସିବା କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରିବା ସହ ଅମାନିଆଙ୍କୁ ସାବାଡ୍ କରିବାକୁ ବି ପଡୁଛି । ତେବେ ଏଭଳି ପରିସ୍ଥିତିରେ ପୋଲି ସକର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକୁ ପ୍ରଶଂସା କରିଛି ମହାନଗର ବିଜେଡି । ଏନେଇ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀଙ୍କ ଆଦେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଜୋନ ଛାତ୍ର ବିଜେଡି ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ବ୍ରହ୍ମପୁର ଟ୍ରାଫିକ ପୋଲିସରେ କାର୍ଯ୍ୟରତ କରୁଥିବା ପୋଲିସ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକୁ ପ୍ରଶଂସା କରିବା ସହ ବ୍ରହ୍ମପୁର ଟ୍ରାଫିକ ଥାନା ଅଧିକାରୀ ସୁନିଲ କୁମାର ବେହେରାଙ୍କ ଉପସ୍ଥିତରେ ଛତା ,ମାସ୍କ ,ସାନିଟାଇଜର୍ ବଣ୍ଟନ କରାଯାଥିଲା । ସେହିପରି ଏମ୍ କେସିଜି ମେଡିକାଲରେ ଆମ୍ବୁଲାନ୍ସ ଚଳାଉ ଥିବା ୪୦ ରୁ ଉର୍ଦ୍ଧ୍ବ ଡ୍ରାଇଭରଙ୍କୁ ଫେସ ସିଲଡ଼, ସାନିଟାଇଜ଼ର୍ ଏବଂ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୋନ ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ସାହୁ ,ସମାଜସେବୀ ରବୀନ୍ଦ୍ର କୁମାର ସାହୁ, ଶୋଭନ ନାୟକ, ନିଖିଲ ଚୌଧୁରୀ, ଆଦିତ୍ୟ ପଟ୍ଟନାୟକ, ଗିରିଜା ଶଙ୍କର ଶଥପତି, ମଧୁସୂଦନ ଆଚାରି, ଅଶ୍ୱିନୀ ପଟ୍ଟନାୟକ, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତି ରହିଥିଲେ ।

Leave a Reply

Your email address will not be published. Required fields are marked *