ଏରିକା ଫର୍ଣ୍ଣାଣ୍ଡିଜଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

ଏରିକା ଫର୍ଣ୍ଣାଣ୍ଡିଜଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

ପ୍ରିଜିମ ନ୍ୟୁଜ ବ୍ୟୁରୋ : ଟିଭି ସିରିୟଲ୍‌ ଅଭିନେତ୍ରୀ ଏରିକା ଫର୍ନାଣ୍ଡିଜଙ୍କ ପାଇଁ ଖୁସି ଖବର। ନିଜ ଅଭିନୟର ଯାଦୁ ଦେଖାଇ ସେ ହାସଲ କରିଛନ୍ତି ଦାଦା ସାହେବ ଫାଲ୍‌କେ ପୁରସ୍କାର। ଏରିକାଙ୍କ ‘କୁଛ୍‌ ରଙ୍ଗ ପ୍ୟାର କେ ଏସେ ଭି ୨’ରେ ସୋନାକ୍ଷୀଙ୍କ ଚରିତ୍ରରେ ଅଭିନୟ କରି ୨୦୨୧ର ବେଷ୍ଟ ଆକ୍ଟ୍ରେସ୍‌ ଭାବେ ଏହି ପୁରସ୍କାରର ଅଧିକାରୀ ହୋଇଛନ୍ତି। ଏ ନେଇ ଏରିକା ସୋସିଆଲ ମିଡିଆ ଆକାଉଣ୍ଟରେ ପରିବାର, ସାଙ୍ଗ ଏବଂ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୋତେ ଦାଦା ସାହେବ ଫାଲ୍‌କେ ଆୱାର୍ଡ ମିଳିବା ସମ୍ମାନର କଥା। ସୋନାକ୍ଷୀ ଚରିତ୍ରରେ ଅଭିନୟ କରିଥିବାବେଳେ ମୁଁ ନିଜ ହୃଦୟ ଏବଂ ଆତ୍ମା ଲଗାଇ ଦେଇଥିଲି।’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: