କୁନି ଅତିଥି ଅପେକ୍ଷାରେ ମୋହନା

କୁନି ଅତିଥି ଅପେକ୍ଷାରେ ମୋହନା

ପ୍ରିଜିମ ନ୍ୟୁଜ ବ୍ୟୁରୋ: ଲୋକପ୍ରିୟ ଟିଭି ସିରିୟଲ୍‌ ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତ୍ରୀ ମୋହନା କୁମାରୀ ସିଂହଙ୍କ ଜୀବନରେ ଏକ ନୂଆ ମୋଡ ଆସିଛି। ଖୁବ୍‌ଶୀଘ୍ର ତାଙ୍କ ରାଜ ପରିବାରକୁ କୁନି ଅତିଥି ଆସିବା ନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ସେ ନିଜ ବେବି ବମ୍ପ ସହ ଫଟୋ ଶେୟାର କରି ଲେଖିଛନ୍ତି, ‘ଏହା ଏକ ନୂଆ ପର୍ଯ୍ୟାୟର ଆରମ୍ଭ’। ମୋହନା ୨୦୨୦ ଅକ୍ଟୋବରରେ ସିୱେସ୍‌ ରାୱତ୍‌ଙ୍କୁ ବିବାହ କରିଥିଲେ। ୨୦୧୯ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ମୋହନା ଖୁଲାସା କରିଥିଲେ ଯେ, ସେ ବିବାହ ପରେ ଅଭିନୟ ଛାଡିବାକୁ ଚାହୁଁଛନ୍ତି। ତାଙ୍କ ବିବାହ ପରେ ସେ ମୁମ୍ବାଇ ଓ ଅଭିନୟକୁ ଅଲ୍‌ବିଦା କହିଥିଲେ। ପୂର୍ବରୁ ମୋହନା କୁମାରୀ ସିଂହ ’ୟେ ରିସ୍ତା କ୍ୟା କେହେଲାତା ହୈ’ ସମେତ ’ପ୍ୟାର୍‌ ତୁନେ କ୍ୟା କିଆ’ ଏବଂ ’ଦିଲ ଦୋସ୍ତି ଡ୍ୟାନ୍ସ’ ଭଳି ଶୋ’ରେ ମଧ୍ୟ ନଜର ଆସିସାରିଛନ୍ତି। ଏହାଛଡା ସେ ରିୟଲିଟି ଶୋ’ ‘ଝଲକ୍‌ ଦିଖଲା ଜା’ରେ ମଧ୍ୟ ଭାଗ ନେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: