ଡେଲଟା ପ୍ଲସ୍ ଚିହ୍ନଟ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଗଲା ଏପିଡୋମିଲୋଜି ଟିମ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଚିହ୍ନଟ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ରୋଗୀଙ୍କ ଘରକୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଗଲା ଏପିଡୋମିଲୋଜି ଟିମ୍। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶିଥିଲେ, ସେମାନେ ସଂକ୍ରମିତ ହୋଇଥିଲେ କି ନାହିଁ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ କେମିତି ରହିଛି ଏବଂ ସେମାନେ ଟିକା ନେଇଛନ୍ତି କି ନାହିଁ, ସେ ସମସ୍ତ ବିଷୟରେ ଯାଞ୍ଚ କରାଯିବ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ରୋଗୀ ମାର୍ଚ୍ଚ ୩୦ରେ ଟିକା ନେଇଥିଲେ। ସେ ଟିକା ନେଇଥିବାରୁ ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ବର୍ତ୍ତମାନେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେଣୁ, ଟିକାର ପ୍ରଭାବ ରହିଛି। ସେ ଟିକା ନେବା ପରେ ଜଣେ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ମେ’ ମାସରେ ତାଙ୍କର ସମ୍ପୂର୍ଣ୍ଣ ଜେନମ୍ ସିକ୍ୟୁଏନ୍ସି ପାଇଁ ପଠାଯାଇଥିଲା।

Leave a Reply

Your email address will not be published. Required fields are marked *