ବଲିଉଡର ଚଷା ପୁଅ ସଲମାନ୍: ଟ୍ରାକ୍ଟର ଚଲାଇଲେ, ଫୋଟ ଉଠାଇ ପୋଷ୍ଟ କଲେ..

ବଲିଉଡର ଚଷା ପୁଅ ସଲମାନ୍: ଟ୍ରାକ୍ଟର ଚଲାଇଲେ, ଫୋଟ ଉଠାଇ ପୋଷ୍ଟ କଲେ..

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୋସିଆଲ ମିଡିଆରେ ଅଭିନେତା ସଲମାନ୍ ଖାନଙ୍କ ଆଉ ଏକ ପୋଷ୍ଟ ବେଶ୍ ଭାଇରାଲ ହେଉଛି । ଏଥର ସେ କେବଳ ଫୋଟ ପୋଜ ଦେଇ ପୋଷ୍ଟ କରିନାହାନ୍ତି । ସେ ନିଜେ କାଦୁଅ ଜମିରେ ଟ୍ରାକ୍ଟରରେ ଚାଷ ମଧ୍ୟ କରିଛନ୍ତି । ଚାଷ ବେଳର 59 ସେକେଣ୍ଡର ଭିଜୁଆଲ ସେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର କରିଛନ୍ତି ଯାହା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ସଲମାନଙ୍କ ପ୍ରଶଂସକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ କରିଛନ୍ତି । ଏପରିକି କେବଳ ଫୋଟସୁଟ୍ ପାଇଁ ସଲମାନ୍ ଏମିତି କରୁଥିବା ଅନେକ କହୁଛନ୍ତି । ସଲମାନଙ୍କ ଫ୍ୟାନମାନେ କିନ୍ତୁ ଏହାକୁ କାଫି ପସନ୍ଦ କରୁଛନ୍ତି ।

ଭିଡିଓରେ ସଲମାନ ଟ୍ରାକ୍ଟର ଚଳାଉଥିବା ଓ ଜମିକୁ ଯାଉଥିବା ଦେଖିବାକୁ ମିଳିଛି । ଭିଡିଓ ସୁଟିଂ ବେଳେ ବର୍ଷା ହେଉଥିଲା । କିଛି ସମୟ ସଲମାନ ନିଜେ ଟ୍ରାକ୍ଟର ଚଳାଇଥିଲେ । ପରେ ସହଯୋଗୀ ଟ୍ରାକ୍ଟର ଚଳାଇବା ବେଳେ କାଦୁଅ ଜମି ଭିତରେ ବୁଲୁଥିବା ନଜର ଆସିଛନ୍ତି ବଲିଉଡ୍ ଭାଇଜାନ୍ ।

ର୍ବରୁ ଚାଷ ବେଳର କିଛି ଫଟୋ ସେୟାର କରିଥିଲେ ସଲମାନ । ଦେହ ସାରା ପାଣି କାଦୁଅ ଲାଗିଥିବାର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ମାର୍ଚ୍ଚରେ ଲକଡାଉନ ଲାଗୁ ପରଠାରୁ ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ରହୁଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: