ଆଗାମୀ ୫ ଦିନ ଲଗାଣ ବର୍ଷା: ୧୦ ଜିଲ୍ଲାକୁ ସତର୍କ ଘଣ୍ଟି

ଆଗାମୀ ୫ ଦିନ ଲଗାଣ ବର୍ଷା: ୧୦ ଜିଲ୍ଲାକୁ ସତର୍କ ଘଣ୍ଟି

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟର ୧୦ ଜିଲ୍ଲାକୁ ସତର୍କ କରାଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଳା ଗୁଡ଼ିକରେ ବର୍ଷା ଓ ବଜ୍ରପାତ ବିପଦଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଆଗାମୀ ୫ ଦିନ ପାଇଁ ଲଗାଣ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସୂଚନା ଜାରି ହେବା ପରେ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା। ବିଶେଷ କରି ଉପକୂଳ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଥିବା ତଳିଆ ଅଞ୍ଚଳଗୁଡ଼ିରେ ପାଣି ଜମିବା ଯୋଗୁଁ ଲୋକେ ଯେପରି ଜଳ ବନ୍ଦୀ ନ ହୁଅନ୍ତି, ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ଅଶାନ୍ତ ରହୁଥିବାରୁ ଅଗଷ୍ଟ ୪ ଓ ୫ ତାରିଖ ଦୁଇ ଦିନ ପାଇଁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ ରାଜ୍ୟର ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭାନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକ ହେଲା, କଳାହାଣ୍ଡି, ନବରଙ୍ଗପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାକୁ ଆସନ୍ତାକାଲି ସୁଦ୍ଧା ସତର୍କ ରହିବାକୁ ନେଇ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: