ସବୁ ଲୁଟିନେଲା ପୁଅର ‘ପ୍ରେମିକା’ ରିୟା: ସୁଶାନ୍ତ ସିଂ ରାଜପୁତଙ୍କ ବାପା…

ସବୁ ଲୁଟିନେଲା ପୁଅର ‘ପ୍ରେମିକା’ ରିୟା: ସୁଶାନ୍ତ ସିଂ ରାଜପୁତଙ୍କ ବାପା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଏବେ ରିୟାଙ୍କ ପାଇଁ ସମସ୍ୟା ବଢି ବଢ଼ି ଯାଉଛି । ଯେ କୌଣସି ମୁହୁର୍ତ୍ତରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଉଭୟ ମହାରାଷ୍ଟ୍ର ଓ ବିହାର ପୋଲିସ । ସୋସିଆଲ ମିଡିଆରେ ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ବଳ ଯୋଗାଇଛି ବାପା କେକେ ସିଂ ରାଜପୁତଙ୍କ ଏଫଆଇଆର  । ସୁଶାନ୍ତଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଦାଏର ହୋଇଥିଲା ଅଭିଯୋଗ ଆଧାରରେ ପୋଲିସ ଏବେ ଆକ୍ସନ ମୁଡ୍ କୁ ଆସିବା  ସହ ଘଟଣାର ଛାନ୍ ଭିନ୍ ଆରମ୍ଭ କରିଛି । କାହିଁକିନା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପା କେକେ ସିଂ ରାଜପୁତ। ପୁଅକୁ ଫସେଇ ତାର ସବୁ ସମ୍ପତ୍ତି ହଡ଼କ କରିନେବା ପରେ ତାକୁ ମାରିବାକୁ ଛାଡ଼ି ଦେଇଥିବା ଅଭିଯୋଗ ଆଣିଛନ୍ତି କେକେ ସିଂ । ଆଉ ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିବା ବେଳେ ଏହାକୁ ବିଭିନ୍ନ ଦୃଷ୍ଟିରେ ଦେଖୁଛି ।

ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତର ଦିଗ ନିର୍ଣ୍ଣୟ କରିବ ପୋଲିସକୁ ମିଳିଥିବା ନୂଆ ଅଭିଯୋଗ । ସୁଶାନ୍ତଙ୍କ ବାପା କେକେ ସିଂ ଅଭିଯୋଗ ଆଣିଛନ୍ତି ଯେ,୨୦୧୯ରେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ କୌଣସି ମାନସିକ ରୋଗରେ ପୀଡିତ ନଥିଲେ । ଯଦିଓ ରିୟାଙ୍କୁ ଭେଟିବା ପରେ ସୁଶାନ୍ତ କାହିଁକି ମାନସିକ ସ୍ତରରେ ବିବ୍ରତ ହେଲେ ? ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।  ରିୟା ଚିକିତ୍ସା ସମୟରେ ସୁଶାନ୍ତଙ୍କୁ ତାଙ୍କ ଘରକୁ ନେଇଥିଲେ । କାରଣ ଔଷଧ ଅଧିକ ନେବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। କିନ୍ତୁ ରିୟା ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍ଗୁ ଡେଙ୍ଗୁ ହୋଇଛି । ସୁଶାନ୍ତଙ୍କ ବିଶ୍ୱାସଯୋଗ୍ୟ ଏବଂ ପୁରୁଣା କର୍ମଚାରୀଙ୍କୁ ରିୟା ବଦଳାଇ ଦେଇଥିଲେ । ଏହା ବଦଳରେ ସେ ତାଙ୍କର ଜଣାଶୁଣା ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ଯାହାଫଳରେ ସେ ସୁଶାନ୍ତଙ୍କ ଉପରେ ନଜର ରଖିପାରିବେ । ୨୦୧୯ ମସିହାରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ମାତ୍ର ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ଏଭଳି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା, ଯାହା ସୁଶାନ୍ତଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ନଥିଲା । ରିୟା ଏବଂ ତାଙ୍କ ସହଯୋଗୀମାନେ କିପରି ଏମିତି ଟଙ୍କା ନେଇଗଲେ ତାହା ଅନୁସନ୍ଧାନ କରାଯିବା ଉଚିତ୍।

ସୂଚନା ଥାଉକି ସୁଶାନ୍ତ ସିଂ ରାଜପୁତ ଚଳିତ ବର୍ଷ ୧୪ ଜୁନରେ ମୁମ୍ବାଇରେ ଥିବା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ​​ଏବଂ ବଲିଉଡରେ ନେପୋଟିଜିମ୍ ଏବଂ ଗ୍ୟାଙ୍ଗବାଜିକୁ ନେଇ ଏକ ବିତର୍କ ମଧ୍ୟ ହୋଇଥିଲା। ଏହି ମାମଲାରେ ପୋଲିସ ବହୁ ବଡ ନିର୍ଦ୍ଦେଶକଙ୍କୁ ମଧ୍ୟ ପଚରାଉଚରା କରୁଛି । ଏହି ସମୟରେ ସୁଶାନ୍ତଙ୍କ ପିତା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ଉପରେ ଅଭିଯୋଗ ଆଣିଛନ୍ତି  । ଫଳରେ ମାମଲାର ମୋଡ ସମ୍ପୂର୍ଣ୍ଣ ବଦଳିଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: