ଅପସରା ରାଣୀଙ୍କ ‘ଥ୍ରୀଲର’ ପୋଷ୍ଟର ରିଲିଜ୍: ସିନେପ୍ରେମୀଙ୍କୁ ଆକର୍ଷିତ କରୁଛି ଓଡ଼ିଆ ଯୋଡ଼ିଙ୍କ କମାଲ…

ଅପସରା ରାଣୀଙ୍କ ‘ଥ୍ରୀଲର’ ପୋଷ୍ଟର ରିଲିଜ୍: ସିନେପ୍ରେମୀଙ୍କୁ ଆକର୍ଷିତ କରୁଛି ଓଡ଼ିଆ ଯୋଡ଼ିଙ୍କ କମାଲ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାମ ଗୋପଳ ବର୍ମାଙ୍କ ନିର୍ଦ୍ଦେଶିତ ବଲିଉଡ୍ ଫିଲ୍ମ ‘ଥ୍ରୀଲର’ର ଫାଷ୍ଟ ଲୁକ୍ ଆଜି ଜାରି ହୋଇଛି । ଆଜି ସଂଧ୍ୟାରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏହାକୁ ଜାରି କରାଯାଇଛି । ପୂର୍ବରୁ ଫିଲ୍ମ ‘ଥ୍ରୀଲର’କୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା । କାହଣୀର ବିଷୟବସ୍ତୁ କଣ ତାହା ପଦାକୁ ଆସିନଥିଲେ ମଧ୍ୟ ଏହାର ମୁଖ୍ୟ ନାୟିକା ଓଡ଼ିଆ ଝିଅ ଅପସରା ରାଣୀଙ୍କ ବୋଲ୍ଡ ଓ ଉତ୍ତେଜିତ ଫଟୋଗ୍ରାଫକୁ ନେଇ ଚର୍ଚ୍ଚା ସବୁ ସ୍ତରକୁ ପାର୍ କରିଥିଲା । ଆଜି ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହେବା ପରେ ଖୁବ୍ କମ ସମୟ ମଧ୍ୟରେ ଏହାକୁ ଜବରଦସ୍ତ ରେସପନ୍ସ ମିଳିଛି ।

ସୋସିଆଲ ମିଡିଆରେ ଅପସରା ରାଣୀଙ୍କ ଏହି ପୋଷ୍ଟର ଦେଖିସାରିବା ପରେ ସିନେପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଛି । ରାମ ଗୋପାଳ ବର୍ମା ମଧ୍ୟ ଏହାକୁ ନେଇ ଜବରଦସ୍ତ କ୍ରେଜ୍ ବୁଢୁଥିବାରୁ ଆଗକୁ ଫିଲ୍ମ ଜବରଦସ୍ତ ହିଟ୍ ଓ ଲୋକପ୍ରିୟତାର ସବୁ ମାଇଲଷ୍ଟୋନ୍ ଭାଙ୍ଗିବ ବୋଲି ଦୃଢ଼ ଆଶା ରଖିଛନ୍ତି । ଅନେକ ଏହା ବି କହୁଛନ୍ତି ଯେ, ପ୍ରଯୋଜନା ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଥ୍ରୀଲର ଫିଲ୍ମର ପୋଷ୍ଟର ପୂର୍ବ ଭଳି ବିବାଦୀୟ ହଟଷ୍ଟେ ଏଭର ପୋଷ୍ଟର ।

https://twitter.com/apsara_rani_/status/1286998337955065856

ପ୍ରଯୋଜନା ସଂସ୍ଥା ପକ୍ଷରୁ ଜାରି ହୋଇଥିବା ପୋଷ୍ଟରରେ ଅପସରା ରାଣୀଙ୍କ ବିପକ୍ଷରେ ନାୟକ ସାଜିଥିବା ଓଡ଼ିଆ ଅଭିନେତା ରକ୍ କିଚ୍ଚାଙ୍କୁ ଭିନ୍ନ ଏକ ଅବତାରରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ କୌଣସି ହିନ୍ଦୀ ଫିଲ୍ମରେ ଏକାସଙ୍ଗେ ଦୁଇ ଦୁଇ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ । ଯାହାକୁ ନେଇ ଓଡ଼ିଆ ଦର୍ଶକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: