ଓଡ଼ିଆରେ ରିଲିଜ୍ ହେବ ଅପସରା ରାଣୀଙ୍କ ବଲିଉଡ୍ ଫିଲ୍ମ ‘ଥ୍ରୀଲର’: ପୋଷ୍ଟର ହେଉଛି ଭାଇରାଲ…

ଓଡ଼ିଆରେ ରିଲିଜ୍ ହେବ ଅପସରା ରାଣୀଙ୍କ ବଲିଉଡ୍ ଫିଲ୍ମ ‘ଥ୍ରୀଲର’: ପୋଷ୍ଟର ହେଉଛି ଭାଇରାଲ…

https://twitter.com/apsara_rani_/status/1286998337955065856

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଆ ଯୋଡ଼ିକୁ ନେଇ ‘ଥ୍ରୀଲର’ ଫିଲ୍ମ ନିର୍ମାଣ କରୁଛନ୍ତି ବଲିଉଡ ଏବଂ ଟଲିଉଡ୍ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆଜି ଏହି ଫିଲ୍ମର ଫାଷ୍ଟ ଲୁକ୍ ଜାରି ଜାରି କରାଯାଇଛି । ଏହି ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ନଜର ଆସୁଛନ୍ତି ଓଡ଼ିଆ ଝିଅ ଅପସରା ରାଣୀ । ଅପସରା ରାଣୀଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ଜଣେ ଓଡ଼ିଆ ଅଭିନେତା ରକ କାଚ୍ଚି । ସୋସିଆଲ ମିଡିଆରେ ‘ଥ୍ରୀଲର’କୁ ନେଇ ବେଶ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ । ଅନେକ ଏହି ଫିଲ୍ମର ପୋଷ୍ଟରକୁ ନେଇ ଆପତ୍ତି ମଧ୍ୟ ଉଠାଇଛନ୍ତି । ଏ ସବୁ ବାଦ୍ ଫିଲ୍ମ ନିର୍ମାତାକାରୀ କମ୍ପାନୀ ଏବଂ କ୍ରିଉ ମେମ୍ବର ଫିଲ୍ମକୁ ନେଇ ବେଶ୍ ଆଶାବାଦୀ ରହିଛନ୍ତି ।

ସବୁଠାରୁ ବଡ଼କଥା ହେଉଛି ଏହି ଫିଲ୍ମ ଓଡ଼ିଆ ସମେତ ତେଲେଗୁ, ତାମିଲ, କନ୍ନଡ, ମାଲାୟଲମ, ମରାଠୀ, ଭୋଜପୁରୀ ଏବଂ ଗୁଜରାଟୀରେ ମଧ୍ୟ ରିଲିଜ୍ ହେବ । ତେବେ ଲକଡାଉନ କଟକଣା ଜାରି ରହିଥିବାରୁ ଫିଲ୍ମର ପ୍ରିମିୟରକୁ ନେଇ ଢେର ସାରା ସସପେନ୍ସ ରହିଛି । ତେବେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏହା ରାମ ଗୋପାଳ ବର୍ମାଙ୍କ ନିଜସ୍ୱ ଓଟିଟି ପ୍ଲାଟଫର୍ମରେ ଏହାର ଷ୍ଟ୍ରିମିଙ୍ଗ ହେବ । rgvworldtheatre.com ଏବଂ ShreyasET.comରେ ଦର୍ଶକ ଫିଲ୍ମଟିକୁ ଦେଖିପାରିବେ ।

ଅପସରା ରାନୀଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରି ରାମ ଗୋପାଳ ବର୍ମା କରିଥିବା ଟ୍ୱିଟକୁ ନେଇ ଓଡ଼ିଶାରେ ବେସ ଚର୍ଚ୍ଚା ହୋଇଥିଲା । ରାମ ଗୋପାଳ ବର୍ମା ସେତେବେଳେ ଟ୍ୱିଟ୍ କରି ଅପସରା ରାନୀଙ୍କୁ ବାତ୍ୟା ସହ ତୁଳନା କରି କହିଥିଲେ ଯେ, ୧୯୯୯ ପରଠାରୁ ସେ ଓଡ଼ିଶା ବିଶୟରେ କିଛି ଶୁଣିନଥିଲେ । ଓଡ଼ିଶାରେ ଭଲ ଟ୍ୟାଲେଣ୍ଟ୍ ଅଛନ୍ତି ବୋଲିଅପସରାଙ୍କୁ ଦେଖି ସେ ଜାଣି ପାରିଲେ ବୋଲି ମଧ୍ୟ ଟ୍ୱିଟ୍ କରିଥିଲେ । ଏହାକୁ ନେଇ ଅପସରାଙ୍କୁ ବିଭିନ୍ନ ସମୟରେ କୈଫତ ମଧ୍ୟ ଦେବାକୁ ପଡିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: