ଅଯୋଧ୍ୟାରେ ଉତ୍ସବର ମାହୋଲ

ଅଯୋଧ୍ୟାରେ ଉତ୍ସବର ମାହୋଲ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ଶୁଭ ଦିନ ପାଖେଇ ଆସୁଥିବାବେଳେ କୋଟି କୋଟି ରାମଭକ୍ତଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ଭୂମି ପୂଜନ କରିବାକୁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ନଗରୀ ଗସ୍ତ କରିଛନ୍ତି। ଭୂମି ପୂଜନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ ଯୋଗୀ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧିକାରୀଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ଶ୍ରୀରାମ ଜନ୍ମଭୂମୀ ପରିସରରେ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ଯୋଗୀ ଆଦିତ୍ୟନାଥ। ସେପଟେ ବିଶ୍ୱ ହିନ୍ଦୁ ପରିଷଦ ରାମ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀରୁ ଅଯୋଧ୍ୟାକୁ ୧୧ଟି ତୀର୍ଥସ୍ଥାନର ମାଟି ପଠାଇଛି। PoKରେ ଥିବା ପବିତ୍ର ଶାରଦା ପୀଠର ମାଟି ମଧ୍ୟ ପଠାଯାଇଛି। ଏହାସହ ରାଜସ୍ଥାନର ପବିତ୍ର ପୁଷ୍କରରୁ ମଧ୍ୟ ମାଟି ନିଆଯାଇଛି। ସେପଟେ ପାଞ୍ଚ କିଲୋ ଓଜନ ବିଶିଷ୍ଟ ପାଞ୍ଚଟି ରୂପା ଇଟା ଉତ୍ତର ପ୍ରଦେଶର ବୁଲନ୍ଦଶାହରରରୁ ପଠାଯାଇଛି। ସାରଫା ଆସୋସିଏସନ ପକ୍ଷରୁ ୩୩ କିଲୋଗ୍ରାମ ରୂପା ଇଟା ମଧ୍ୟ ପଠାଯାଇଛି । କାଶୀ ବିଦ୍ୟା ପରିଷଦର ଜ୍ୟୋତିଷଙ୍କ ସହ ବାରାଣସୀର ୫ ଜଣ ପଣ୍ଡିତଙ୍କୁ ଉପାସନା ପାଇଁ ନିମନ୍ତ୍ରଣ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: