ଷ୍ଟାର ହୋଟେଲଠୁ କମ୍ ନୁହେଁ ଏହି ଜେଲ୍, କ’ଣ କ’ଣ ସୁବିଧା ପାଆନ୍ତି କଏଦୀ ଜାଣିଲେ ମୁଣ୍ଡରେ ହାତ ଦେବେ

ଷ୍ଟାର ହୋଟେଲଠୁ କମ୍ ନୁହେଁ ଏହି ଜେଲ୍, କ’ଣ କ’ଣ ସୁବିଧା ପାଆନ୍ତି କଏଦୀ ଜାଣିଲେ ମୁଣ୍ଡରେ ହାତ ଦେବେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସିନେମାରେ ହେଉ ଅବା ସତରେ ଆପଣମାନେ ଜେଲ୍ ଗୁଡ଼ିକର ଚିତ୍ର ଭଲ ଭାବେ ଦେଖିଥିବେ। ବଡ଼ ବଡ଼ ପୁରୁଣା କୋଠା ସାଙ୍ଗକୁ ଗୋଟିଏ ହାଜତରେ ଏକାଧିକ କଏଦୀ ରୁହନ୍ତି, ଏକ ପ୍ରକାର ପୋଷାକ ସାଙ୍ଗକୁ ତଳେ ଶୋଇଥାନ୍ତି। ଖାଦ୍ୟ ଏବଂ ପାନୀୟ ପାଇଁ ତାଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡିଥାଏ, ଆଉ ତାଙ୍କ ହାତରେ ଗୋଟିଏ ଥାଳି ଓ ଗ୍ଲାସ ରହିଥାଏ । ବାସ୍ତବରେ ମଧ୍ୟ ଭାରତୀୟ ଜେଲଗୁଡ଼ିକରେ ସମାନ ଅବସ୍ଥା ଦେଖିବାକୁ ମିଳେ। ଏଠାରେ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଦିନରାତି ଅନେକ କଷ୍ଟ କରିବାକୁ ପଡ଼ିଥାଏ। ତେଣୁ ସ୍ବପ୍ନରେ ବି କେହି ଜେଲ୍ ଯିବା କଥା ଭାବନ୍ତି ନାହିଁ। କିନ୍ତୁ ଯଦି ଆମେ ବିଦେଶ ବିଷୟରେ କହିବା, ତେବେ ସେଠାରେ ଜେଲଗୁଡିକର ଅବସ୍ଥା ଭାରତ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେଠାରେ ଥିବା କଏଦୀ କୋଠରୀଠୁ ଆରମ୍ଭ ଖାଦ୍ୟ ପାନ୍ୟ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ। ସେଗୁଡିକୁ ଦେଖିଲେ, କଏଦୀ ସେଠାରେ ରୁହନ୍ତି ବୋଲି କେହି ଭାବି ପାରିବେନି।
ତେବେ ଆଜିକାଲି ଇଂଲଣ୍ଡର କେମ୍ବ୍ରିଜଶାୟର ଏଚଏମପି ପିଟରବୋରୋ ଜେଲର ଚିତ୍ର ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖି ଯେ କେହିବି ଜାଣି ପାରିବ ଯେ, ଜେଲର ବ୍ୟାରେଜ ଗୁଡିକ ହୋଟେଲ ରୁମ୍ ଠାରୁ ଅଧିକ ସୁନ୍ଦର।
ଏହି ଜେଲରେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ମହିଳା କଏଦୀମାନଙ୍କୁ ସଜା ମିଳିଥାଏ।ଏଠାରେ କଏଦୀମାନେ ନିଜ ପସନ୍ଦର ରଙ୍ଗ ସହିତ ଜେଲର କୋଠରୀଗୁଡ଼ିକୁ ସଜାଇବା ପାଇଁ ଅନୁମତି ରହିଛି। ଅନେକ ମହିଳା ଅପରାଧୀ ନିଜ କୋଠରୀକୁ ଗୋଲାପୀ ରଙ୍ଗରେ ସଜାଇଛନ୍ତି। ଏହାସହ କୋଠରୀଗୁଡ଼ିକ ସହ ମ୍ୟାଚ୍ କରି ପରଦା, ବେଡସିଟ୍ ଏବଂ ବ୍ୟାଗ୍ ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ଜେଲରେ ପ୍ରଥମରୁ କଏଦୀଙ୍କ ପସନ୍ଦ ଅନୁଯାୟୀ, କୋଠରୀକୁ ସଜାଇବା ପାଇଁ କୌଣସି ସୁବିଧା ନଥିଲା। ହେଲେ କିଛିଦିନ ହେବ ଏହି ପ୍ରୟାସ ଆରମ୍ଭ ହୋଇଛି, ଜେଲର ମୁଖ୍ୟ ଇନ୍ସପେକ୍ଟର ଚାର୍ଲି ଟେଲର କହିଥିଲେ ଯେ, ଏହି କୋଠରୀଗୁଡ଼ିକୁ ନିଜ ପସନ୍ଦ ଅନୁସାରେ ସଜାଇବା ପରେ ଅନ୍ତେବାସୀମାନେ ବର୍ତ୍ତମାନ ନିଜର ଘର ଭଳି ଅନୁଭବ କରୁଛନ୍ତି । ଜେଲରେ ପ୍ରାୟ ୪୦୦ ଅନ୍ତେବାସୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନିଜ ଭୁଲ ପାଇଁ ଲଜ୍ଜିତ, କିନ୍ତୁ ଦଣ୍ଡ ପାଇବା ପାଇଁ ଏଠାରେ ରହିବାକୁ ବାଧ୍ୟ । ଏପରି ପରିସ୍ଥିତିରେ ଜେଲ୍ ରୁମକୁ ନିଜ ଇଚ୍ଛାରେ ପରିବର୍ତ୍ତନ କରି ନିଜ ଘରର ରୂପ ଦେଇଛନ୍ତି ସେମାନେ।
ତେବେ ଏହି ଜେଲର ଉଦ୍ଦେଶ୍ୟ ହେଉଛି କଏଦୀମାନଙ୍କୁ ପୁଣି ଠିକ୍ ପଥରେ ଫେରାଇ ଆଣିବା। ଏଠାରେ କେବଳ ରହିବା ପାଇଁ କୋଠରୀ ନୁହେଁ, ଖାଦ୍ୟ ପାନୀୟ ମଧ୍ୟ ଭଲ ଭାବରେ ମିଳିଥାଏ। ଏହାସହ ସେମାନଙ୍କ ସହ ଅନ୍ୟ ଜେଲ୍ କଏଦୀଙ୍କ ଠାରୁ ଯଥେଷ୍ଟ ଭଲ ବ୍ୟବହାର କରାଯାଏ । ଏହା ବ୍ୟତୀତ ଅନେକ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ସେମାନଙ୍କୁ ମିଳିଥାଏ। ମହିଳା ମାନଙ୍କୁ ଷ୍ଟେପ୍ କାଉଣ୍ଟର ଦିଆଯାଏ । ଯାହା ଦ୍ଵାରା ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସଚେତନ ହୋଇଥାନ୍ତି। ଏହି ମହିଳା କଏଦୀମାନଙ୍କୁ ପୁସ୍ତକ, ରନ୍ଧନ କ୍ଲାସ୍ ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯାଏ ଯାହା ଦ୍ଵାରା ସେମାନେ ବିଭିନ୍ନ କୌଶଳରେ ଦକ୍ଷ ହୋଇଥାନ୍ତି। ତେବେ ଏହି ଜେଲ୍ କୋଠରୀର ସାଜସଜ୍ଜା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: