ଗୁଣକାରୀ ଦହି, ଯେତେକି ସ୍ବାଦିଷ୍ଟ ଠିକ୍ ସେତିକି ହିତକର

ଗୁଣକାରୀ ଦହି, ଯେତେକି ସ୍ବାଦିଷ୍ଟ ଠିକ୍ ସେତିକି ହିତକର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦହି ପୂଜାପର୍ବରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ତେବେ ଦହି କେବଳ ଗୋଟିଏ ଖାଦ୍ୟ ନୁହେଁ, ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟକର ଉପାଦାନ ରହିଛି । ଆୟୁର୍ବେଦ ଅନୁଯାୟୀ, ଦହିର ବ୍ୟବହାର ଅନେକ ରୋଗରୁ ମୁକ୍ତି ପାଇଁ କରାଯାଇଥାଏ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍, ରାଇବୋଫ୍ଲାଭିନ, ଭିଟାମିନ୍ B6 ଏବଂ ଭିଟାମିନ୍ B12 ପରି ପ୍ରଚୁର ପୋଷକ ତତ୍ତ୍ୱ ରହିଥାଏ। ଏହା ବ୍ୟତୀତ ଦହି ମଧ୍ୟ ଲାଟିକ୍ ଏସିଡ୍ ର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁମାନେ ନିୟମିତ ଦହି ଖାଆନ୍ତି ସେମାନେ କମ୍ ଚାପ ଗ୍ରସ୍ତ ରୁହନ୍ତି । ତେବେ ଆସନ୍ତୁ ଜାଣିବା ଯେ, ଦହି ଖାଇବା ଦ୍ବାରା ସ୍ୱାସ୍ଥ୍ୟ ପାଇଁ କଣ ଲାଭ ମିଳିଥାଏ।
ଦହି ଖାଇବା ଦ୍ବାରା ହେଉଥିବା ପାଞ୍ଚଟି ଫାଇଦା –
୧-ଉଚ୍ଚ ରକ୍ତଚାପ:ଦହି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ବହୁ ପରିମାଣରେ କମିଯାଏ। ଏଥି ସହିତ ହୃଦୟ ସମ୍ବନ୍ଧୀୟ ରୋଗରୁ ଦୂରେଇ ରହିବା ପାଇଁ ଦହି ମଧ୍ୟ ଉପଯୋଗୀ ହୋଇଥାଏ।
୨-କେଶ ଏବଂ ଚର୍ମ ପାଇଁ ଲାଭ ଦାୟକ: ଦହି ଲଗାଇବା ଦ୍ଵାରା କେଶ ଓ ତ୍ୱଚା ସୁନ୍ଦର ହୋଇଥାଏ। ବ୍ରଣ ଦାଗ ଓ ରୂପି ସମସ୍ୟାରୁ ଦହି ମୁକ୍ତି ଦେଇଥାଏ। ରୂପିରୁ କେଶକୁ ରକ୍ଷା କରିବା ପାଇଁ ଦହି ଲଗାଇ ଅଧ ଘଣ୍ଟା ରଖିବା ପରେ କେଶ ଧୋଇ ଦିଅନ୍ତୁ । ଫରକ୍ ନିଜେ ଦେଖି ପାରିବେ। ଏହାଛଡା ସପ୍ତାହରେ ଥରେ ଦହି ଫେଶିଆଲ୍ କରିବା ଭଲ ହୋଇଥାଏ।
୩-ଦାନ୍ତ ଏବଂ ହାଡକୁ ଶକ୍ତିଶାଳୀ କରେ: ଦହିରେ କ୍ଷୀର ସହିତ ସମାନ ପୋଷକ ତତ୍ତ୍ୱ ରହିଥାଏ। ଦହିରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ନିୟମିତ ଖାଇବା ଦ୍ୱାରା ଦାନ୍ତ ଓ ହାଡ ମଜଭୁତ ହେବା ସହ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ମଧ୍ୟ କମିଥାଏ।
୪-ଚାପ ହ୍ରାସ କରେ: ଦହି ଖାଇବା ଦ୍ୱାରା ଚାପ କମ୍ ହୋଇଥାଏ। ଦହି ଏକ ପ୍ରାକୃତି ଶକ୍ତି ବୁଷ୍ଟର୍ ମଧ୍ୟ। ଏହା ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ ଏବଂ ଶରୀରକୁ ହାଇଡ୍ରେଟ୍ କରିଥାଏ।
୫- ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ: ଦହି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ । କେବଳ ସେତିକି ନୁହେଁ, ନିଦ୍ରାହୀନତାର ସମସ୍ୟା ଦୂର କରିବାରେ ଦହି ମଧ୍ୟ ଲାଭଦାୟକ ହୋଇଥାଏ । ଦହି ଖାଇବା ଦ୍ବାରା ଅର୍ଶ ରୋଗ ଭଲ ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଦହି ମଧ୍ୟ ଲାଭଦାୟକ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: