ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ସରଗରମ ରାଜନୀତି

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ସରଗରମ ରାଜନୀତି

ପ୍ରିଜମ ନ୍ୟୁଜ ବ୍ୟୁରୋ : ଗ୍ରାମାଞ୍ଚଳର ରାଜନୀତିକୁ ତୀବ୍ରତର କରିଛି ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପଦବୀଗୁଡିକ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୩୦ଟି ଜିଲ୍ଲା ପରିଷଦ ସଭାପତି ପଦବୀ ଦଖଲ କରିବା ବିଜେଡି ପାଇଁ ନିଶ୍ଚିତ ଥିବା ପରିପ୍ରେକ୍ଷୀରେ ବିଜେପି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏଥିପ୍ରତି ଆଉ ଧ୍ୟାନ ଦେଉନାହାନ୍ତି । ଯଦି ବିଜେଡିର କେହି ବିଦ୍ରୋହୀ ପ୍ରାର୍ଥୀ ଉଭା ହୁଅନ୍ତି, ତେବେ ବିରୋଧୀ ଦଳମାନେ ସେମାନଙ୍କୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ଥିବାବେଳେ ଜିଲ୍ଲା ପରିଷଦ କ୍ଷେତ୍ରରେ ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଦଳୀୟ ନିଷ୍ପତ୍ତି ବିରୋଧରେ ବିଜେଡିର କୌଣସି ଜିଲ୍ଲା ପରିଷଦ ସଦସ୍ୟ ସଭାପତି ପଦ ଲାଗି ଗଣ୍ଡଗୋଳ ସୃଷ୍ଟି କରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ । ଗତ ୫ ତାରିଖରୁ ଜିଲ୍ଲା ପରିଷଦ ସଭାପତି ପଦବୀ ଲାଗି ମନୋନୟନ ପତ୍ର ଆହ୍ୱାନ କରି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଯେଉଁ ପ୍ରାର୍ଥୀମାନେ ଏଥିଲାଗି ମନୋନୟନ ପତ୍ର ଦାଖଲ କରିଥିବେ ତାହାକୁ ବିଚାରକୁ ନେଇ ଆସନ୍ତା ୧୩ ତାରିଖରେ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ପ୍ରଥମ ବୈଠକ ସଂପୃକ୍ତ ଜିଲ୍ଲାଗୁଡିକରେ ଅନୁଷ୍ଠିତ ହୋଇ ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ କରାଯିବ ଏବଂ ୧୫ ତାରିଖ ଦିନ କେଉଁ ଜିଲ୍ଲା ପରିଷଦର କିଏ ସଭାପତି ନିର୍ବାଚିତ ହେଲେ ସେ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ ୧୭ ତାରିଖରେ ଜିଲ୍ଲା ପରିଷଦ ଉପସଭାପତି ପଦବୀ ଲାଗି ମନୋନୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଆବଶ୍ୟକ ସ୍ଥଳେ ଏଥିଲାଗି ୨୫ ତାରିଖରେ ନିର୍ବାଚନ କରାଯାଇ ଚଳିତମାସ ୨୮ ତାରିଖରେ ନିର୍ବାଚିତ ଉପସଭାପତିମାନଙ୍କ ନାମ ଘୋଷଣା କରାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: