ମିଶନ ମଜନୁରେ ରଶ୍ମିକା

ମିଶନ ମଜନୁରେ ରଶ୍ମିକା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଥମ ଥର ପାଇଁ ବଡ ପରଦାରେ ନଜରକୁ ଅାସିବେ ସିଦ୍ଧାର୍ଥ ମାଲହୋତ୍ରା ଓ ରଶ୍ମିକା ମନ୍ଧାନା । ଶାନ୍ତନୁ ବାଗ୍ଚୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ମିଶନ ମଜନୁ ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ମୁଭିକୁ ରାନୀ ସ୍କ୍ରୁଓ୍ୱାଲା ଏବଂ ଗିଲ୍ଟୀ ବାଏ ଅାସୋସିଏଶନ୍ ମିଳିତ ଭାବେ ତିଅାରି କରିଛନ୍ତି । ଚଳିତ ବର୍ଷ ଜୁନ ୧୦ରେ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । କାହାଣୀଟି ୧୯୭୦ ଦଶକର ସ୍ଥାପିତ ଯାସୁସି ଥ୍ରିଲର ଉପରେ ଅାଧାରିତ । ଏଥିରେ ସିଦ୍ଧାର୍ଥ ଜଣେ ଏଜେଣ୍ଟ ଭୂମିକାରେ ନଜରକୁ ଅାସିବେ, ଯେଉଁଥିରେ କି ସେ ପାକିସ୍ତାନରେ ଗୁପ୍ତ ଅପରେଶନର ନେତୃତ୍ୱ ନେଇଥିବା ଦର୍ଶାଯାଇଛି । ତେବେ ସିଦ୍ଧାର୍ଥଙ୍କ ପୂର୍ବ ଫିଲ୍ମ ଶେରଶାହ ଏବଂ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା ବ୍ଲକ ଅଫିସରେ ହିଟ୍ ହୋଇଥିବାବେଳେ ଦୁହିଁଙ୍କର କେମେଷ୍ଟ୍ରିରେ ଏହି ସିନେମାଟି ଧମାକାଦାର ହେବାର ଅଛି। ଏଥିରେ ସିଦ୍ଧାର୍ଥ, ରଶ୍ମିକାଙ୍କ ସମେତ ଶାରିବ ହାସମୀ ଏବଂ କୁମୁଦ ମିଶ୍ରାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଜରିଅାରେ ରଶ୍ମିକା ବଲିଉଡ୍ ରେ ଡେବ୍ୟୁ କରୁଛନ୍ତି । ଫିଲ୍ମ ଚଳିତ ବର୍ଷ ମେ ୧୩ରେ ରିଲିଜ୍ ହେବାର ଥିଲା ତେବେ କୋଭିଡ୍ କାରଣରୁ ମୁଭିର ରିଲିଜ୍ ତାରିଖ ଘୁଞ୍ଚାଇ ଦିଅାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: