ବିଜୟ ଉତ୍ସବରେ ଇସିଙ୍କ ରୋକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୨ ତାରିଖରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମେ’ ୨ ତାରିଖ କିମ୍ବା ତା’ପରେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ବିଜୟ ଉତ୍ସବ କିମ୍ବା ଶୋଭାଯାତ୍ରା ଆୟୋଜନ କରିପାରିବେ ନାହିଁ। ବିଜୟ ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି ସମୟରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଚାରିଆଡୁ ନିର୍ବାଚନ କମିଶନ ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ କଡ଼ା ଭର୍ତ୍ସନା ବି କରିଥିଲେ। ଦେଶରେ ସଂକ୍ରମଣ ବଢ଼ିବା ନେଇ ନିର୍ବାଚନ କମିଶନଙ୍କୁ ଦାୟୀ କରିଥିଲେ ମାଡ୍ରାସ ହାଇକୋର୍ଟ।

Leave a Reply

Your email address will not be published. Required fields are marked *