କିଏ ଜିତିବ IPL ଟ୍ରଫି ? ‘ଟପ୍’ରେ ଆରସିବି, ‘ଟ୍ରାକ୍’କୁ ଫେରିଲା ଚେନ୍ନାଇ….

କିଏ ଜିତିବ IPL ଟ୍ରଫି ? ‘ଟପ୍’ରେ ଆରସିବି, ‘ଟ୍ରାକ୍’କୁ ଫେରିଲା ଚେନ୍ନାଇ….

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତ ଥର କିଏ ଜିତିବ IPL ଟାଇଟଲ୍ ? କୋରୋନା କାଳରେ ମୈଦାନ ଶୂନଶାନ। ବିନା ଦର୍ଶକରେ ଚୌକା ଓ ଛକାର ବର୍ଷା। ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ମୁକାବିଲା ବେଶ୍ ରୋମାଞ୍ଚକର। ଏଯାଏ ହାରିନି RCB, ଖାତା ଖୋଲିଛି ହାଇଦ୍ରାବାଦ। କ’ଣ ରହିବ ଭବିଷ୍ୟବାଣୀ, କିଏ ହାତେଇବ ୨୦୨୧ର IPL ଟ୍ରଫି ? ଚେନ୍ନାଇର କମବ୍ୟାକ୍, RCBର ଦମଦାର ପ୍ରଦର୍ଶନ ବେଳେ ଦିଲ୍ଲୀର ବ୍ୟାକ୍ ଟୁ ବ୍ୟାକ୍ ବିଜୟ ସମସ୍ତଙ୍କୁ କନଫ୍ୟୁଜ୍ କରିଛି। ଟ୍ରଫି ହାସଲ ଲକ୍ଷ୍ୟରେ ଖେଳାଳିଙ୍କ ଜୋଶ୍ ବଢ଼ିଛି। ବଡ଼ ଟାର୍ଗେଟ୍ ଦେବାରେ ଖେଳାଳି ମାହିର।ଏହାକୁ ଚେଜ୍ ବି କରିବାରେ କିଛି କମ୍ ନୁହନ୍ତି। ମଇଦାନରେ ବୋଲରଙ୍କ କମାଲ ବି ଦେଖିବାକୁ ମିଳୁଛି। ଶେଷ ଓଭରର ଶେଷ ବଲରେ ବି ମ୍ୟାଚ୍ ଛଡ଼ାଇ ଆଣୁଛନ୍ତି ବୋଲର।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଏଯାଏ ୪ଟି ମ୍ୟାଚ୍ ଖେଳିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଟପ୍ ଫର୍ମରେ କପ୍ତାନ କୋହଲି। ପାଡିକଲ ବି ଶତକ ମାରିଛନ୍ତି। ଗତ କିଛି ବର୍ଷ ଧରି IPLରେ ଆଉଟ୍ ଅଫ୍ ଫର୍ମରେ ଥିବା ମାକ୍ସୱେଲ କିନ୍ତୁ ଏଥର ବାଙ୍ଗାଲୋର ପାଇଁ ମୋଷ୍ଟ ପାୱାରଫୁଲ୍ ସାଜିଛନ୍ତି। ଖେଳୁଛନ୍ତି ଦମଦାର ଇନିଂସ। ମିଷ୍ଟର ୩୬୦ ଡିଗ୍ରୀ ଏ.ବି.ଡିଭିଲିୟର୍ସଙ୍କ ବ୍ୟାଟ୍ ଚାଲିଲେ ବିଜୟ ନିଶ୍ଚିତ। ସେ ବି ଖେଳୁଛନ୍ତି ବିସ୍ଫୋରକ ଇନିଂସ।ବୋଲିଂରେ ଚହଲ, ୱାଂଶିଟନ ସୁନ୍ଦର ବି କମାଲ କରୁଛନ୍ତି। ଚଳିତ ସିଜନରେ ଏଯାଏ ହାରିନି ବାଙ୍ଗାଲୋର। ସମସ୍ତ ୪ଟି ମ୍ୟାଚ୍ ଜିତି ଟପରେ ରହିଛି ଦଳ।

ଚେନ୍ନାଇ ସୁପରକିଙ୍ଗ୍ସ

ସେହିପରି IPL ଇତିହାସରେ ଗତବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଚେନ୍ନାଇ। ଚଳିତଥର ଧୋନିଙ୍କ ଟିମ୍ କିନ୍ତୁ କମବ୍ୟାକ୍ କରିଛି। ପଏଣ୍ଟ ଟେବୁଲର ଦ୍ୱିତୀୟରେ ରହିଛି ମାହି ଟିମ୍। ବ୍ୟାଟିଂ ଓ ବୋଲିଂରେ ଖେଳାଳିଙ୍କ ଟପ୍ ପରଫରମାନ୍ସ। ଟାଇଟଲ୍ ଦୌଡ଼ରେ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସ୍।

ଦିଲ୍ଲୀ କ୍ୟାପିଟାଲ୍ସ

ଗତଥରର ରନର୍ସ ଅପ୍ ଦିଲ୍ଲୀ ଏବେ ପନ୍ତଙ୍କ କାନ୍ଧରେ। ଆୟାରଙ୍କ ଅନୁପସ୍ଥିତିରେ ଦଳକୁ ଆଗକୁ ନେଉଛନ୍ତି ବିସ୍ଫୋରକ ପନ୍ତ। ସାଥ୍ ଦେଉଛନ୍ତି ଅଭିଜ୍ଞ ଧାୱନ। ୟଙ୍ଗଷ୍ଟର ପୃଥ୍ୱୀ ଶ’ ବି କିଛି କମ୍ ନୁହନ୍ତି। ବୋଲିଂରେ ଷ୍ଟୋଇନିସ, ରାବଡା, ଅଶ୍ୱିନ ବି ଘାତକ ସାଜୁଛନ୍ତି। ଲଗାତାର ଦ୍ୱିତୀୟ ଥର ଫାଇନାଲରେ ଏଣ୍ଟ୍ରି କରିବାକୁ ଟିମର ଲକ୍ଷ୍ୟ।

ମୁମ୍ୱାଇ ଇଣ୍ଡିଆନ୍ସ

ଏଯାଏ ମୁମ୍ବାଇ ୫ଟି ମ୍ୟାଚରୁ ୩ଟି ହାରିଥିଲେ ସୁଦ୍ଧା ଦର୍ଶକ ଆଶା ଛାଡ଼ି ନାହାନ୍ତି। ଆଗକୁ ଆହୁରି ଅନେକ ମ୍ୟାଚ୍। ଯେ କୌଣସି ପରିସ୍ଥିତିରେ ମୋଡ଼ ବଦଳାଇପାରେ ରୋହିତ ଆଣ୍ଡ କୋ। ହିଟ୍ ମ୍ୟାନ, ବିସ୍ଫୋରକ, ଧୂଆଁଧାର ବ୍ୟାଟସମ୍ୟାନ୍ ସହ ଘାତକ ବୋଲରଙ୍କୁ ନେଇ ଲଢୁଛି ମୁମ୍ବାଇ। ଷଷ୍ଠ ଟାଇଟଲ୍ ପାଇବା ଆଶାରେ ସଂଘର୍ଷ କରିବ ମୁମ୍ବାଇ।

ପଞ୍ଜାବ କିଙ୍ଗ୍ସ

ପଞ୍ଜାବ ବ୍ୟାଟିଂ ମଙ୍ଗ ଧରିଛନ୍ତି କ୍ୟାପଟେନ୍ ରାହୁଲ। ସବୁ ମ୍ୟାଚରେ ଖେଳୁଛନ୍ତି ଭୟଙ୍କର ଇନିଂସ। ଅଗ୍ରୱାଲ, ହୁଡ଼ା, ଗେଲଙ୍କ ଇନିଂସ ବି କିଛି କମ୍ ନୁହେଁ। ବଡ଼ ସ୍କୋର କରିବାରେ ଦଳ ମାହିର। ତେବେ, ବୋଲିଂ ଡିପାର୍ଟମେଣ୍ଟକୁ ନେଇ ସାମାନ୍ୟ ଟେନସନରେ ରହିଛି ପଞ୍ଜାବ।

ସନ୍ ରାଇଜର୍ସ ହାଇଦ୍ରାବାଦ

ସେପଟେ, ୱିଲିୟମସନଙ୍କ ଏଣ୍ଟ୍ରି ପରେ ପରାଜୟ ଟ୍ରାକରେ ଲାଗିଲା ରୋକ୍। ବିଜୟର ସ୍ୱାଦ ପାଇଛି ହାଇଦ୍ରାବାଦ। ୱାର୍ଣ୍ଣର, ବେୟାରଷ୍ଟୋ, ୱିଲୟମସନ, ଭୁବନେଶ୍ୱର କୁମାର, ରସିଦ ଖାଁଙ୍କ ପରି ଷ୍ଟାର ଖେଳାଳି ଏବେ ପୂରା ଫର୍ମରେ ଅଛନ୍ତି। ଲଗାତାର ବିଜୟ ପାଇଁ ମୈଦାନରେ ଲଢ଼ିବେ ଖେଳାଳି। ଟାଇଟଲ୍ ଆଶାରେ ସବୁ ବଳ ପ୍ରୟୋଗ କରିବ ହାଇଦ୍ରାବାଦ।

ରାଜସ୍ଥାନ ରୟାଲ୍ସ

ରାଜସ୍ଥାନର ପରଫରମାନ୍ସ ଚିନ୍ତାଜନକ। ସଞ୍ଜୁ ସାମସନଙ୍କୁ ନେଇ ଦଳ ଲଢୁଛି। ଫେଲ୍ ମାରୁଛନ୍ତି ବଟଲର। ଆହତ ଷ୍ଟୋକ୍ସ ଟୁର୍ଣ୍ଣାମେଣ୍ଟରୁ ବିଦା। ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଟିମକୁ ଟେନସନରେ ପକାଇଛି। ଆଗକୁ ଯିବାକୁ ହେଲେ ଦଳକୁ ମେହନତ୍ କରିବାକୁ ପଡ଼ିବ, ଜବରଦସ୍ତ ଖେଳିବାକୁ ପଡ଼ିବ।

କୋଲକାତା ନାଇଟ୍ ରାଇଡର୍ସ

ଚଳିତଥର କୋଲକାତାର ପରଫରମାନ୍ସ ବି ଭଲ ନାହିଁ। ବିସ୍ଫୋରକ ରସେଲ, ମୋର୍ଗାନ ଫେଲ୍ ମାରୁଛନ୍ତି ଽ କାର୍ତ୍ତିକ, ଗିଲ୍, ରାଣା ବି ପ୍ଲପ୍।ଖେଳାଳିଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ। ଏବେଠୁ ବଡ଼ ବଡ଼ ଇନିଂସ ଖେଳିବାକୁ ହେବ। ବୋଲର ଘାତକ ସାଜିଲେ ହିଁ ଟିମ୍ ଆଗକୁ ବଢ଼ିବ। ଟାଇଟଲ୍ ଦୌଡ଼ରେ ରହିବ ।

ମେ’ ୩୦ରେ ଟାଇଟଲ୍ ଲଢ଼େଇ। ଆରସିବି ଦମଦାର ପ୍ରଦର୍ଶନ କରୁଥିବା ବେଳେ ଟପରେ ରହିଛି। ଦ୍ୱିତୀୟରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ। ଗତବର୍ଷ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଚେନ୍ନାଇ ଏଥର ପୁଣି ଥରେ ‘ରୋର୍ ଅଫ୍ ଦି ଲାୟନ୍’ ସାଜିବାକୁ ବସିଛି। କିନ୍ତୁ ଏଥିପାଇଁ ଦଳକୁ ଆହୁରି ସଂଘର୍ଷ କରିବାକୁ ପଡ଼ିବ, ସିଏ କୋହଲି ଆଣ୍ଡ କୋ ହୁଅନ୍ତୁ ଅବା ଧୋନିବାହିନୀ, ଯିଏ ପରିଶ୍ରମ କରିବ, ସିଏ ହେବ ଚାମ୍ପିୟନ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: