ସାମାଜିକ ଦୂରତା ନ ରଖିଲେ ସାଂଘାତିକ ସ୍ଥିତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାମାଜିକ ଦୂରତା ରକ୍ଷା ନକଲେ ଜଣେ କୋରୋନା ଆକ୍ରାନ୍ତ ୩୦ ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ଏହା ସହ କୋରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ଆବଶ୍ୟକୀୟ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ‌ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଅନେକ ବିଶ୍ୱବିଦ୍ୟାଳୟ ଗବେଷଣା କରିଛନ୍ତି ଯେ, ଯଦି ଜଣେ କୋରୋନା ଆକ୍ରାନ୍ତ ସାମାଜିକ ଦୂରତା ପଦକ୍ଷେପ ଅନୁସରଣ ନକରେ, ତେବେ ୩୦ଦିନ ମଧ୍ୟରେ କୋରୋନା ଆକ୍ରାନ୍ତ ବ୍ୟକ୍ତିଜଣକ ୪୦୬ଜଣଙ୍କୁ ସଂକ୍ରମିତ କରିବ। ଯଦି ଜଣେ କୋରୋନା ଆକ୍ରାନ୍ତ ନିଜର ବାହାରକୁ ବାହାରିବା ୫୦ପ୍ରତିଶତ ହ୍ରାସ କରନ୍ତି, ତେବେ ବ୍ୟକ୍ତିଜଣକ ୩୦ଦିନରେ ୧୫ଜଣଙ୍କୁ ସଂକ୍ରମିତ କରିବ। ଯଦି ସଂକ୍ରମିତ ବ୍ୟକ୍ତି ବାହାରକୁ ବାହାରିବା ୭୫ ପ୍ରତିଶତ ହ୍ରାସ କରନ୍ତି, ତେବେ ସଂକ୍ରମିତଜଣକ ୩୦ଦିନରେ ୨.୫ଲୋକଙ୍କୁ ସଂକ୍ରମିତ କରିବ।

Leave a Reply

Your email address will not be published. Required fields are marked *