କରୋନା ଭ୍ୟାକ୍ସିନକୁ ଡରି ନଦୀକୁ ଡେଇଁଲେ ଗ୍ରାମବାସୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଭ୍ୟାକ୍ସିନକୁ ନେଇ ଆମ ଦେଶର ବିଭିନ୍ନ ଗାଁ ଗହଳି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଏବଂ ଭୟ ବସା ବାନ୍ଧିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ଜିଲ୍ଲାର ସିସୋଡା ଗ୍ରାମରେ ଟିକା ଦେବା ପାଇଁ ଆସିଥିବା ସ୍ୱାସ୍ଥ୍ୟ ବିଭାଗର ଟିମକୁ ଦେଖି ଲୋକମାନେ ଡରି ଯାଇଥିଲେ ଏବଂ ସେମାନଙ୍କୁ ଯେପରି ଟିକା ନେବାକୁ ନ ପଡେ ସେଥିପାଇଁ ଗ୍ରାମ ନିକଟରେ ପ୍ରବାହିତ ସରୟୁ ଭଳି ବିଶାଳ ନଦୀକୁ ଡେଇଁ ପଡ଼ିଥିଲେ। ଏହି ଦୃଶ୍ୟ ଦେଖି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚିନ୍ତାରେ ପଡି ଯାଇଥିଲେ ଏବଂ ଅତ୍ୟନ୍ତ ଭୟଭୀତ ମଧ୍ୟ ହୋଇଯାଇଥିଲେ । ସେମାନେ ଗ୍ରାମବାସୀଙ୍କୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀମାନେ ତାଙ୍କ କଥାକୁ ବିଶ୍ୱାସ କରିନଥିଲେ । ସେମାନେ କହିବାକୁ ଲାଗିଥିଲେ କରୋନାକୁ ନୁହେଁ, ସାହେବ୍ ଟିକା ନେବାକୁ ଡର ଲାଗୁଛି । ତେବେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀମାନେ ନଦୀରୁ ବାହାରି ଉପରକୁ ଆସିଥିଲେ ଏବଂ କେତେକ ଲୋକ ଟିକା ନେବାକୁ ଆଗ୍ରହୀ ହୋଇଥିଲେ। ୧୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ କେବଳ ୧୪ ଜଣ ଲୋକ ଟୀକାକରଣ ପାଇଁ ରାଜି ହୋଇଥିଲେ। ଖବର ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦ୍ୱାରା ଗ୍ରାମରେ ଟୀକାକରଣ ବିଷୟରେ ସୂଚନା ମିଳିବା ମାତ୍ରେ ଗ୍ରାମବାସୀ ଭୟଭୀତ ହୋଇ ଗାଁ ବାହାରେ ପ୍ରବାହିତ ସରୟୁ ନଦୀ କୂଳରେ ଯାଇ ବସି ଯାଇଥିଲେ। ଯେତେବେଳେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗ୍ରାମବାସୀ ନଦୀ କୂଳରେ ଥିବା ଖବର ପାଇଥିଲେ, ସେମାନେ ତାଙ୍କୁ ବୁଝେଇବା ପାଇଁ ସେଠାକୁ ଯାଇଥିଲେ। ସ୍ବାସ୍ଥ୍ୟ ବିଭାଗ ଲୋକମାନେ ସେମାନଙ୍କ ଆଡକୁ ଆସୁଥିବାର ଦେଖି ଗ୍ରାମବାସୀ ଏତେ ଭୟଭୀତ ହୋଇଥିଲେ ଯେ ସେମାନେ ଖସିଯିବାର ରାସ୍ତା ଖୋଜିଥିଲେ, ହେଲେ କୌଣସି ଉପାୟ ନପାଇ ଶେଷରେ ଟୀକାକରଣରୁ ରକ୍ଷା ପାଇବା ପାଇଁ ନଦୀକୁ ଡେଇଁ ପଡିଥିଲେ। ଡେଇଁବା ସମୟରେ ଗ୍ରାମବାସୀ ସେମାନଙ୍କ ଜୀବନ ପ୍ରତି ମଧ୍ୟ ଧ୍ୟାନ ଦେଇନଥିଲେ। ଗ୍ରାମବାସୀ ନଦୀକୁ ଡେଇଁ ପଡିଥିବାର ଦେଖି ସ୍ୱାସ୍ଥ୍ୟ ବିଭାଗର ଟିମ୍ ଡରି ଯାଇଥିଲେ। ଗ୍ରାମବାସୀଙ୍କୁ ବାହାରକୁ ଆସିବାକୁ ସେମାନେ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ବାହାରକୁ ଆସିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ଘଟଣା ସ୍ଥଳରେ ରାମନଗର ଉପ-ଜିଲ୍ଲାପାଳ ରାଜୀବ ଶୁକ୍ଲା ଏବଂ ନୋଡାଲ ଅଧିକାରୀ ରାହୁଲ ତ୍ରିପାଠୀ ପହଞ୍ଚି ଅନେକ ବୁଝାଇବା ପରେ ସେମାନେ ନଦୀରୁ ବାହାରିଥିଲେ। ଉପ-ଜିଲ୍ଲାପାଳ ଗ୍ରାମବାସୀଙ୍କ ମଧ୍ୟରେ ଟୀକା ନେବାକୁ ପ୍ରଚଳିତ ଭୟ ଏବଂ ଭୁଲ ଧାରଣାକୁ ମୁକ୍ତ କରିବାକୁ ଚେଷ୍ଟା କରିବା ସହ, ସେମାନଙ୍କୁ ଟୀକାକରଣ କରିବାକୁ ପ୍ରବର୍ତ୍ତାଇଥିଲେ। ଏହାପରେ ଜଣକ ପରେ ଜଣେ ମାତ୍ର ୧୪ ଜଣଙ୍କୁ ଟୀକାକରଣ କରାଯା

Leave a Reply

Your email address will not be published. Required fields are marked *