ବଲିଉଡର ‘ଭଙ୍ଗାଘର’ କାହାଣୀ: ‘ବଦଲା’ ରାଜନୀତି ପାଇଁ ବଳି ପଡ଼ିଲା ବିଲ୍ଡିଂ

ବଲିଉଡର ‘ଭଙ୍ଗାଘର’ କାହାଣୀ: ‘ବଦଲା’ ରାଜନୀତି ପାଇଁ ବଳି ପଡ଼ିଲା ବିଲ୍ଡିଂ

ପ୍ରିଜମ୍ ନ୍ୟୁଜ(ସମ୍ପାଦକୀୟ): ମାୟାନଗରୀ ମୁମ୍ବାଇ ଯାହାକୁ ଆମେ ବଲିଉଡ ଏବଂ ବି-ଟାଉନ ବୋଲି ମଧ୍ୟ ଜାଣୁ । ବଡ଼ ଘର ବଡ଼ ଗୁମର ଭଳି ଏବେ ବଲିଉଡ ଏବଂ ଏହା ସହ ଜଡ଼ିତ ରାଜନୀତି ଚର୍ଚ୍ଚାକୁ ଆସିଛି । ସିନେମା ଓ ସିନେମା ଶିଳ୍ପକୁ ନେଇ ଜଣେ କଳାକାର ଅ(ପ୍ରସଙ୍ଗ) ହେଉ ଅବା ବ୍ୟକ୍ତିଗତ ଆକ୍ଷେପ କିମ୍ବା ଯାହା ସତ ତାହା ସାମ୍ନାକୁ ଆଣିବାର ଦୁଃସାହସ ମହଙ୍ଗା ସାବ୍ୟସ୍ତ ହୋଇଛି । କଥା ସେ ପର୍ଯ୍ୟନ୍ତ ସୀମିତ ଥିଲା, ଯେବେ ଆଲୋଚନା ସିନେମା ଓ ସିନେମା ଜଗତର ଗୁମରକୁ ନେଇ ହେଉଥିଲା । ହେଲେ ସବୁ କିଛି ସେତେବେଳେ ବଦଳିଗଲା, ଯେବେ ଏହା ଭିତରେ ‘ବଦଲା’ ବା ପ୍ରତିଶୋଧ ରାଜନୀତି ପ୍ରବେଶ କଲା । କହିବାର କଥା , ଯେବେଠୁ ଗ୍ଲାମର, ଡ୍ରଗ୍ସ ଓ ପଲିଟିକ୍ସକୁ ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କଲେ ସେତେବେଳେ ଅଭିଯୋଗ ଆଣିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ପାଲେ ହିଲ୍ ସ୍ଥିତ ମଣିକର୍ଣ୍ଣିକା (ପ୍ରଡକ୍ସନ ହାଉସ) ବିଲ୍ଡିଂକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଲା ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ବା ବିଏମସି। ପ୍ରଥମେ ବେଆଇନ ନିର୍ମାଣ ଦର୍ଶାଇ ନୋଟିସ ପଠାଇଥିଲା ବିଏମସି । ଏଥିରେ ଲେଖାଥିଲା ଯେ, କାମ ବନ୍ଦ କର । ପ୍ରତି ଉତ୍ତରରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଓକିଲ ଲେଖିଥିଲେ ଯେ, କୌଣସି କାମ ଅଫିସରେ ଚାଲୁନାହିଁ ଏବଂ ଲକଡାଉନ୍ ପରଠାରୁ ହିଁ ଅଫିସ ବନ୍ଦ ରହିଛି ।

https://twitter.com/i/status/1303636961131782147

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ୱାଇ’ପ୍ଲସ ସୁରକ୍ଷା ପାଇଁ ମୁମ୍ବାଇ ଫେରିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ସିଧାସଳଖ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଜାରି କରି କଙ୍ଗନା କହିଛନ୍ତି ଯେ, ଆଜି ତୁମେ ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ।

କଙ୍ଗନାଙ୍କ ଦୋଷ ହେଉଛି ଯେ, ସେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଯେଉଁ ଡ୍ରଗ୍ସ ଲିଙ୍କ ନିଆଁ ଉପରକୁ ଉଠି ଲିଭିବାକୁ ବସିଥିଲା ସେତେବେଳେ ସେହି ଡ୍ରଗ୍ସ ନିଆଁରେ ପଲିଟିକାଲ ଲିଙ୍କ ଓ ଆଦିତ୍ୟ ଠାକରେଙ୍କ ସଂପୃକ୍ତିର ଘିଅ ଢାଳିଥିଲେ। ପରେ ପରେ ଏହାକୁ ନେଇ ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ସଂଜମତା ହରାଇ ବାକ୍ ଯୁଦ୍ଧରେ ଲିପ୍ତ ରହିଲେ । ଗାଳି, ତାଳି ଓ ନିନ୍ଦାକୁ ଖାତିର ନ କରି ଉଭୟେ ପରସ୍ପରକୁ କଟାକ୍ଷ କଲେ ଏବଂ ଶେଷରେ କଥା ଯାଇ ପିଓକେରେ ପହଞ୍ଚିଲା । ମୁମ୍ବାଇ ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି ବଡ଼ ବୟାନ ଦେଇଥିଲେ କଙ୍ଗନା । ଆଉ ଏହା ପରଠୁ ଆରମ୍ଭ ହୋଇଥିଲା ଅସଲ ପଲିଟିକ୍ସ ।

କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ସଞ୍ଜୟ ପ୍ରଥମେ ପରାମର୍ଶ ଦେବା ଜିଦ୍ ଦେଖାଇ ମୁମ୍ବାଇ କାହା ବାପାର ନୁହେଁ ବୋଲି କଙ୍ଗନା କହିବା ଇତ୍ୟାଦି ଚରମସୀମାରେ ପହଞ୍ଚିଥିଲା । କଥା ଏତିକିରେ ଅଟକି ନ୍ ଥିଲା, ମୁମ୍ବାଇ ଗଲେ, କିଏ କ’ଣ କରିବ ବୋଲି ମଧ୍ୟ କଙ୍ଗନା କହିଥିଲେ। ଏହାପରେ ପରେ କଙ୍ଗନାଙ୍କ ଜୀବନ ପ୍ରତି ଭୟ ଥିବା ଦର୍ଶାଇ କେନ୍ଦ୍ର ସରକାର ତାଙ୍କୁ ‘ୱାଇ ପ୍ଲସ’ ସୁରକ୍ଷା ପ୍ରଦାନ କରିଛନ୍ତି।
ତା’ ପରେ ଯାହା ଘଟିଗଲା, ତାହା ଉଭୟ ସିନେମା ଏବଂ ରାଜନୀତି ପାଇଁ ଭଲ ନୁହେଁ ।

https://twitter.com/i/status/1303633490009751554

କଥାରେ ଅଛି, ନଈ ଭିତରେ ଘର କରି କୁମ୍ଭୀର ସହ କଳି କରିବା କଥା ନୁହେଁ । କଳି ତ ଆରମ୍ଭ ହୋଇଛି କଙ୍ଗନା ଓ ଶିବସେନା ସହ। ଏବେ ଦେଖିବାର କଥା ଏ କଳି କେବେ ଓ କେମିତି ସରୁଛି ଏବଂ ଏହାର ଫଳାଫଳ କେତେ ଭୟାନକ ହେଉଛି। କାହିଁକିନା ଏହି ରିଅଲ ଲାଇଫ ଷ୍ଟୋରୀ କୌଣସି ରୋମାଣ୍ଟିକ ଫିଲ୍ମର କ୍ଲାଇମାକ୍ସ ନୁହେଁ ଯେ, ଏଣ୍ଡ ୱିଥ୍ ରୋମାନସ୍ ହିଁ ଦର୍ଶକ ଦେଖିବାକୁ ପାଇବେ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଏବେ ଏହି ଅଧ୍ୟାୟରେ କଙ୍ଗନା ଓ ‘ମହା’(ମହାରାଷ୍ଟ୍ର ସରକାର) ପଲିଟିକ୍ସ ଏଣ୍ଟ୍ରି ମାରିଛନ୍ତି । ଜାତୀୟ ରାଜନୀତି ଯେତିକି ଚଳ ଚଞ୍ଚଳ ମିଡିଆ ତାଠାରୁ ଶହେ ଗୁଣା ସକ୍ରିୟ । କରୋନା ସଂକ୍ରମଣଠୁ ବି ଅଧିକ ବେଗରେ ବଲିଉଡ ଓ ମାୟାନଗରୀର ବଦଲାର ରାଜନୀତି ଖବର ପ୍ରଚାର ଓ ପ୍ରସାର ହେଉଛି । ଜଷ୍ଟିସ ଫର୍ ସୁଶାନ୍ତଠୁ ଶହେ ଗୁଣା ଟ୍ରେଣ୍ଡ କରୁଛି ଭାରତ ୱିଥ୍ କଙ୍ଗନା । ଇଏ ବି ବଦଳୁଥିବା ସମୟର ନିର୍ଦ୍ଦେଶ ନୁହେଁ ତ ଆଉ କ’ଣ?…

%d bloggers like this: