ବଲିଉଡ୍ ଡିଭାଙ୍କ ଡ୍ରଗ୍ସ ଲିଙ୍କ: ଆଜି ରିୟା, ସୌଭିକଙ୍କ ଜାମିନ୍ ଆବେଦନର ଶୁଣାଣି

ବଲିଉଡ୍ ଡିଭାଙ୍କ ଡ୍ରଗ୍ସ ଲିଙ୍କ: ଆଜି ରିୟା, ସୌଭିକଙ୍କ ଜାମିନ୍ ଆବେଦନର ଶୁଣାଣି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଫସିଥିବା ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଆଜି ଶୁଣାଣି ହେବ । ଗତକାଲି ଜେଲର୍ ପ୍ରଥମ ରାତି କାଟିଛନ୍ତି ରିୟା । ଯଦି ଦୁହିଁଙ୍କ ଜାମିନ ଆବେଦନକୁ ମଞ୍ଜୁୁୁରୀ ନ ମିଳେ ତେବେ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କୁ ‌ବାଇକୁଲ୍ଲା ଜେଲରେ ରହିବାକୁ ପଡ଼ିବ।

ବୁଧବାର ସକାଳେ ‘ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ’ର (ଏନ୍‌ସିବି) ଅଧିକାରୀମାନେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ବାଇକୁଲ୍ଲା ଜେଲ୍‌କୁ ଆଣିଥିଲେ।  ଏହି ସମ୍ପୂର୍ଣ୍ଣ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମାନେଶି‌ନ୍ଦେ କହିଛନ୍ତି ଯେ, ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଉପରେ ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ହେବ।  

ସୂଚନା ମୁତାବକ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଚାଲିଥିବା ନିଶା ଔଷଧ ସମ୍ବନ୍ଧୀୟ ତଦନ୍ତ ମାମଲାରେ ରିୟାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ପରେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦିଆଯାଇ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇ ଦିଆଯାଇଛି।  ମଙ୍ଗଳବାର ସଂଧ୍ୟାରେ ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍‌ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲା । ଭିଡିଓ କନଫରେନସିଂ ଜରିଆରେ ମୁମ୍ବାଇର ଏକ ଅଦାଲତ ଏହି ମାମଲାର ଶୁଣାଣି କରି ରିୟାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇ ଦେଇଥିଲେ।  

%d bloggers like this: