ବଜାରରୁ କିଣି ଆଣିଥିଲେ ସାଲଡ ପ୍ୟାକେଟ, ବାହାରିଲା ବିଷାକ୍ତ ସାପ, ତା’ପରେ କିଛି ଏଭଳି ହେଲା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଖାଦ୍ୟରେ କେବେ ଯଦି ଗୋଟେ ପୋକ ବାହାରି ଯାଏ ଲୋକମାନେ କେତେ କଣ କରି ପକାନ୍ତି। କିନ୍ତୁ ଭାବିଲେ ଯଦି ଆପଣ ଖାଇବାକୁ ଆଣିଥିବା ଖାଦ୍ୟରେ ସାପ ବାହାରିବ ତାହାଲେ ଆପଣଙ୍କ ଅବସ୍ଥା କଣ ହେବ। ସେମିତି ଏକ ଭୟଙ୍କର ଘଟଣା ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଘଟଣା ଘନ ଘନ ହୋଇ ଭାଇରାଲ ମଧ୍ୟ ହେଉଛି। ଗୋଟିଏ ସାଲଡ଼ ପ୍ୟାକେଟରୁ ଏକ ବିଷାକ୍ତ ସାପ ବାହାରି ସମସ୍ତଙ୍କୁ ଚକିତ କରିଦେଇଛି।

ସୂଚନାନୁସାରେ, ଏହା ଦୋକାନରେ ଥିବା ରେଫ୍ରିଜରେଟେଡ୍ ଗ୍ରୋସରୀରେ ଶୋଇଥିଲା। ରିପୋର୍ଟ ଅନୁଯାୟୀ, ସାପକୁ ଦେଖିବା ପରେ ପରିବାର ବନ୍ୟଜନ୍ତୁ ସଂଗଠନକୁ ସୂଚନା ଦେଇଥିଲେ। ସଂଗଠନ କହିଛି ଯେ ଏହି ସାପ ଅଷ୍ଟ୍ରେଲିଆରେ ମିଳୁଥିବା ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ। ଅନ୍ୟପକ୍ଷରେ ବ୍ୟକ୍ତି ଜଣକ ଏହା ମଧ୍ୟ କହିଛନ୍ତି ଯେ ସାପ ବାହାରିଥିବା ସାଲଡ ପ୍ୟାକେଟକୁ ସେ ଫିଙ୍ଗି ନଥିଲେ। ସେ ସେଥିରେ ଥିବା ଲେଥୁକୁ ଭଲ ଭାବରେ ଧୋଇ ତାର ସାଲଡ ତିଆରି କରି ଖାଇଥିଲେ। ସେହି ସାପ ଏବଂ ସାଲଡର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ସାଲାଡ କିଣିଥିବା ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ନିଜେ ସେୟାର କରିଥିଲେ।

Leave a Reply

Your email address will not be published. Required fields are marked *