ଓଡ଼ିଶାକୁ ବିପଦ! ୪ ତାରିଖରେ କୁଆ ପଥର ବର୍ଷା

ଓଡ଼ିଶାକୁ ବିପଦ! ୪ ତାରିଖରେ କୁଆ ପଥର ବର୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ଶା ଉପରେ କୁଆ ପଥର ବର୍ଷାର ବିପଦ ରହିଛି । ଏନେଇ ରାଜ୍ୟବାସଙ୍କୁ ସତର୍କ କରାଇ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରା ରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍ତ କରାଇ ଦିଆଯାଇଛି ।

ଏହା ସହ ଏହା ବି କୁହାଯାଇଛି ଯେ, ପଶ୍ଚିମା ଝଡ ଆଗମନର ଆଶଙ୍କା  ଏବଂ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ  ପ୍ରଭାବରେ ୩ ଫେବୃଆରୀ ରୁ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ହେବ ।

ସେପଟେ ୪ ତାରିଖରେ ବର୍ଷାର ବିସ୍ତୃତି ଏବଂ ପରିମାଣରେ ବୃଦ୍ଧି ସହ କୁଆ ପଥର ବର୍ଷା ହେବାର  ପରାମର୍ଶ ଦିଆଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: