ପଶ୍ଚିମବଙ୍ଗରେ ଏହି ତାରିଖରୁ ଖୋଲିବ ସ୍କୁଲ

ପଶ୍ଚିମବଙ୍ଗରେ ଏହି ତାରିଖରୁ ଖୋଲିବ ସ୍କୁଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଶ୍ଚିମବଙ୍ଗରେ ଫେବ୍ରୁଆରୀ ୩ରୁ ଖୋଲିବ ଅଷ୍ଟମରୁ ଦ୍ୱାଦଶ ସ୍କୁଲ। ଏହାସହ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମଧ୍ୟ ଫିଜିକାଲ କ୍ଲାସ ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ଲାଗିଥିବା କିଛି କଟକଣାକୁ କୋହଳ କରାଯିବ ବୋଲି ମମତା କହିଛନ୍ତି।
ଘରୋଇ ଘରୋଇ ଅଫିସରେ ୫୦ରୁ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହୋଇପାରିବ ବୋଲି ମମତା ସୂଚନା ଦେଇଛନ୍ତି। ସେହିପରି ରେସ୍ତୋରାଁ, ବାର୍ ଏବଂ ସିନେମା ହଲକୁ ୭୫ ପ୍ରତିଶତ କ୍ଷମତାରେ ଚଳାଇବାକୁ ମଧ୍ୟ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: