ନିର୍ମଳାଙ୍କ ବଜେଟ ବକ୍ସରେ ରହିଛି କଣ?  ସଂସଦରେ ଉପସ୍ଥାପନ ହେବ ବର୍ଷକର ଆୟ-ବ୍ୟୟର ବିବରଣୀ

ନିର୍ମଳାଙ୍କ ବଜେଟ ବକ୍ସରେ ରହିଛି କଣ?  ସଂସଦରେ ଉପସ୍ଥାପନ ହେବ ବର୍ଷକର ଆୟ-ବ୍ୟୟର ବିବରଣୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କାହାକୁ ସେ କ’ଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର।

ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି। ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କ’ଣ ରହିବ ତ” ଉପରେ ବି ନଜର ରହିଛି।

ପାରମ୍ପରିକ କୃଷି ଓ ଭିତ୍ତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟନ୍ତ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ। ଭାରତକୁ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆ ଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯିବା ଆଶା କରାଯାଉଛି।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ଯାଏ ଚାଲିବ।  ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: