ନାରୀ ନୁହେଁ ତୁ ନାରାୟଣୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ଉତ୍ସବ । କରୋନା କଟକଣା, ଗୃହ ମନ୍ତ୍ରାଳୟର ଗାଇଡ ଲାଇନ ଆଧାରରେ ସବୁ ଉତ୍ସବ ପାଇଁ କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ରଖାଯାଇଛି । ଦିନ କେଇଟା ପରେ ବିଜୟା ଦଶମୀ । ଦଶରା’ ପାଇଁ ଯେମିତି ଉତ୍ସବର ମାହୋଲ ଦେଶରେ ହେବା କଥା ସେମିତି  ହେଉନାହିଁ । କାଣ୍ଟଛାଣ୍ଟ ମଧ୍ୟରେ କିନ୍ତୁ ଜଗତଜନନୀଙ୍କ ପାର୍ବଣ ପାଳନ ପାଇଁ ପ୍ରସ୍ତୁତି ହୋଇଛି ।

ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଖାଁ ଖାଁ ଲାଗୁଛି । ପୂଜା ପେଣ୍ଡାଲରେ ନିର୍ଦ୍ଧିଷ୍ଟ ଉଚ୍ଚତାର ମୂର୍ତ୍ତୀ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନେକ ସର୍ତ୍ତ ରଖିଛନ୍ତି ସରକାର ।

ଏବେ କିନ୍ତୁ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛି କୋଲକତାର ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ । କତେକ ସ୍ଥାନରେ ମହାମାୟା ଦୁର୍ଗାଙ୍କ ଅବତାରରେ ପ୍ରବାସୀ ଶ୍ରମିକଙ୍କୁ ଦେଖିବାକୁ ମିଳିଛି । ଅର୍ଥାତ ମାଇଗ୍ରେଣ୍ଟ ଲେବରକୁ ଦୁର୍ଗା ଅବତାରରେ ଅବତୀର୍ଣ୍ଣ କରାଯାଇଛି ପୂଜା କମିଟି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।

ଦେଶରେ କରୋନା ମୁକାବିଲା ପାଇଁ ଲକଡାଉନ୍ ଘୋଷଣା ହେଲା ଆଉ ତା ପରେ ଦେଶର ବିଭିନ୍ନ ପ୍ରାନ୍ତରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଥିଲେ । ଖାଲି ପାଦରେ ହଜାର ହଜାର କିଲୋମିଟର ବାଟ ଚାଲି ଚାଲି ଆସି ସେମାନେ ଘରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଘରେ ପହଞ୍ଚିବା ପୂର୍ବରୁ ହିଁ ଆଖି ବୁଜି ଦେଇଥିଲେ । ଆଉ ଯେଉଁମାନେ ଫେରିଲେ ସେମାନଙ୍କ ଅବସ୍ଥା କଣ ଥିଲା ତାହା ସାରା ବିଶ୍ୱ ଦେଖିଲା । ଏହି ବିଷୟବସ୍ତୁକୁ ନେଇ ପୂଜା କମିଟି ପକ୍ଷରୁ ଏମିତି ଶୈଳୀରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।

%d bloggers like this: