୬ କିଲୋମିଟର ରାସ୍ତା ପାଇଁ uber ଭଡା ୩୨ ଲକ୍ଷ

୬ କିଲୋମିଟର ରାସ୍ତା ପାଇଁ uber ଭଡା ୩୨ ଲକ୍ଷ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ବିଭିନ୍ନ ପ୍ରକାର ରାଇଡ୍ ବୁକିଂ ଆପ୍ ବିଷୟରେ ଆପଣ ନିଶ୍ଚୟ କିଛିନା କିଛି ଖବର ଶୁଣିଥିବେ। ଏହା ମଧ୍ୟ ଦେଖାଯାଇଛି ଯେ ଯେତେବେଳେ ଭିଡ଼ ଅଧିକ ଥାଏ, ସେମାନେ କିପରି ମନଇଚ୍ଛା ଟଙ୍କା ଚାର୍ଜ କରିବା ଆରମ୍ଭ କରନ୍ତି। ସେହିଭଳି ଜଣେ ମଦ୍ୟପ ବ୍ୟକ୍ତି ନିଜ ପାଇଁ ଉବରରୁ ଏକ କ୍ୟାବ ବୁକ୍ କରିଥିଲେ। କିନ୍ତୁ ତାର ବିଲ୍ ଦେଖି ହୋସ ଉଡ଼ିଯାଇଥିଲା। ତାଙ୍କର ବିଲ ଯେତିକି ଆସିଥିଲା ସେତିକିରେ ସେ ଦାମୀ କାର କିଣି ପାରିଥାନ୍ତେ। ତାହା ପୁଣି ମାତ୍ର ୬ କିଲୋମିଟର ରାସ୍ତା ପାଇଁ। ପ୍ରାୟ ସାଢେ଼ ୬ କିଲୋମିଟର ଯାତ୍ରା ପରେ ଯେତେବେଳେ ୩୨ ଲକ୍ଷ ଟଙ୍କା ବିଲ୍ ତାଙ୍କ ସାମ୍ନାକୁ ଆସିଥିଲା, ବ୍ୟକ୍ତି ଜଣକ ଏହା ଦେଖି ତାଜୁବ ହୋଇଯାଇଥିଲେ।

ଏହି ଅଦ୍ଭୁତ ଘଟଣା ଇଂଲଣ୍ଡର ଗ୍ରେଟ୍ ମଞ୍ଚେଷ୍ଟରରେ ରହୁଥିବା ୨୨ ବର୍ଷର ଓଲିଭର କପ୍ଲାନଙ୍କ ସହ ଘଟିଥିଲା। ସେ ନିଜ ସାଙ୍ଗମାନଙ୍କ ସହିତ ପାର୍ଟି କରିବା ପାଇଁ ସେ ତାଙ୍କ ଘରଠାରୁ ମାତ୍ର ୬.୪ କିଲୋମିଟର ରାସ୍ତା ଯାତ୍ରା ପାଇଁ ଉବର୍ ବୁକ୍ କରିଥିଲେ। ଯାହାର ବିଲ୍ ପ୍ରାୟ ୧୦ ପାଉଣ୍ଡ ଅର୍ଥାତ୍ ୯୨୧ ଟଙ୍କା ହେବା ଉଚିତ୍। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେତେବେଳେ ସେ ପରଦିନ ସକାଳୁ ଉଠିଲେ, ଚକିତ ହୋଇଯାଇଥିଲେ ଉବର ପକ୍ଷରୁ ତାଙ୍କ ଆକାଉଣ୍ଟରୁ ୩୬,୪୨୭.୯୭ ପାଉଣ୍ଡ ଅର୍ଥାତ୍ ୩୨ ଲକ୍ଷ ଟଙ୍କା କାଟିବାକୁ ଉଦ୍ୟମ କରାଯାଇଥିବା ଜଣାପଡିଥିଲା। ରିପୋର୍ଟ ଅନୁଯାୟୀ, ତାଙ୍କର ଯାତ୍ରା ମାତ୍ର ୧୫ ମିନିଟ୍ ଥିଲା। ତେବେ ୧୫ ମିନିଟ ପାଇଁ ଉବର ୩୨ ଲକ୍ଷ ଟଙ୍କା କାହିଁ କଟୁଥିଲା?

ଓଲିଭରଙ୍କ ଅନୁଯାୟୀ, ସେ ପ୍ରତିଦିନ ରାତିରେ ଉବରରେ ଘରକୁ ଆସୁଥିଲେ ଏବଂ ଡେବିଟ୍ କାର୍ଡରୁ କଟାଯାଇଥିବା ବିଲ୍ ପ୍ରାୟ ୯୦୦ ଟଙ୍କା ଥିଲା। ଯେତେବେଳେ ସେ ଗ୍ରାହକଙ୍କୁ ଏହି ଆଶ୍ଚର୍ଯ୍ୟଜନକ ବିଲ୍ ବିଷୟରେ ପଚାରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଅଷ୍ଟ୍ରେଲିଆରେ ଆଷ୍ଟନ୍-ଅଣ୍ଡର-ଲାଇନ୍ ର ଡ୍ରପ୍ ସ୍ଥାନ ରଖିଥିଲେ, ଯାହା ସେଠାରୁ ୧୬ ହଜାର କିଲୋମିଟର ଦୂରରେ ଥିଲା। ସୌଭାଗ୍ୟବଶତଃ ଓଲିଭରଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ନଥିଲା ଯେ ୩୨ ଲକ୍ଷ ଟଙ୍କା କଟାଯାଇ ପାରିଥାନ୍ତା, ନଚେତ୍ ଏହା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାନ୍ତା। ବର୍ତ୍ତମାନ କମ୍ପାନୀ ତରଫରୁ ତାଙ୍କ ଭଡ଼ା ଠିକ୍ କରି ଏହି ସମସ୍ୟାର ସମାଧାନ ହୋଇଛି। ତେବେ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରିବା ସହ ରାଇଡ ଆପରେ ଗାଡ଼ି ବିକିଂ କରିବା ବେଳେ ଭଲଭାବେ ଧ୍ୟାନ ଦେବାକୁ ଶିକ୍ଷା ଦେଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: