ଅଚଳ ହେଲା ଶିବସେନାର ଚିହ୍ନ!

ଅଚଳ ହେଲା ଶିବସେନାର ଚିହ୍ନ!

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ଶିବସେନାର ନିର୍ବାଚନୀ ଚିହ୍ନକୁ ଅଚଳ କଲେ ନିର୍ବାଚନ ଆୟୋଗ । ଶିବସେନାର ଚିହ୍ନ ଉପରେ ଅନ୍ତରିଣ ରୋକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ଅକ୍ଟୋବର ୧୦ ତାରିଖ ଅପରାହ୍ଣ ୧ଟା ସୁଦ୍ଧା ନିଜ-ନିଜ ନିର୍ବାଚନୀ ଚିହ୍ନ ନିର୍ବାଚନ ଆୟୋଗଙ୍କ ପାଖରେ ହାଜର କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଆସନ୍ତା ପୂର୍ବ ଅନ୍ଧେରୀ ଉପ ନିର୍ବାଚନରେ ଉଦ୍ଧବ ଠାକରେ ଏବଂ ସିନ୍ଦେ ଗୋଷ୍ଠୀ କେହି ମଧ୍ୟ ଶିବସେନାର ଚିହ୍ନ ଧନୁ ଏବଂ ତୀର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତି ପରେ ସ୍ପଷ୍ଟ ହୋଇଛି। ଉଭୟ ପକ୍ଷ ଫ୍ରି ଚିହ୍ନ ମଧ୍ୟରୁ ନିଜର ପସନ୍ଦ ପ୍ରାଥମିକତା ଆଧାରରେ କହିପାରିବେ। ଏହି ଚିହ୍ନରେ ହିଁ ସେମାନଙ୍କୁ ଉପନିର୍ବାଚନ ଲଢିବାକୁ ପଡିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: