ଏହି ମନ୍ଦିରରେ ମହାଦେବଙ୍କୁ ଲାଗି ହୁଏ ଆମିଷ-ମଦ , ଜାଣନ୍ତୁ କାହିଁକି?

ଏହି ମନ୍ଦିରରେ ମହାଦେବଙ୍କୁ ଲାଗି ହୁଏ ଆମିଷ-ମଦ , ଜାଣନ୍ତୁ କାହିଁକି?

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ସାଧାରଣତଃ ହିନ୍ଦୁ ଧର୍ମରେ ଶିବଙ୍କୁ ରାଗି ଠାକୁର ଭାବେ ମାନଯାଏ। ତାଙ୍କ ପୂଜାରେ ଟିକିଏ ବିଘ୍ନ ହେଲେ ମହାଦେବ କୋପ କରନ୍ତି ବୋଲି କୁହାଯାଏ। ତେଣୁ ମହାଦେବଙ୍କ ରାଗ ଥଣ୍ଡା କରିବା ସହ ତାଙ୍କୁ ଖୁସି କରିବା ପାଇଁ ଶିବ ଲିଙ୍ଗର କ୍ଷୀର, ଲହୁଣୀ, ଦୁଦୁରା, ଅରଖ ଚଢ଼ା ଯିବା ସହ, ଭାଙ୍ଗ,ଚନ୍ଦନ ଘଷା ଯାଇଥାଏ। ଏହାସହ ଫଳ, ମିଠା, ମୁଆଁ ଏବଂ ଲଡୁ ଭୋଗ ଲାଗିଥାଏ। ଏହାସହ ଅନେକ ମନ୍ଦିରରେ ଅର୍ଣ୍ଣ ଭୋଗ ମଧ୍ୟ ଲାଗିଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି, କୌଣସି ମହାଦେବ ମନ୍ଦିରରେ ମାଂସ କିମ୍ବା ମଦ ଭୋଗ ଲାଗିବାର । ଆପଣ ଏହାକୁ ସହଜରେ ବିଶ୍ବାସ କରି ନପରାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ଭାରତରେ ଏପରି ଏକ ଶିବ ମନ୍ଦିର ଅଛି ଯେଉଁଠି ଭୋଗରେ ଆମିଷ ସହ ମଦ ପୂଜା କରାଯାଏ। ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଅଭୂତ୍ତ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମାଂସ ଏବଂ ମଦ ଠାକୁରଙ୍କୁ ପ୍ରସାଦ ଭାବେ ଅର୍ପଣ କରାଯାଏ।

ମନ୍ଦିରଟି ଧାର୍ମିକ ସହର କାଶୀରେ ରହିଛି। ଏଠାରେ ପୂଜା ପାଆନ୍ତି ବାବା ବଟୁକ ଭୈରବ, ଯେଉଁଠାରେ ଭକ୍ତମାନେ ବଟୁକ ରୂପି ଭଗବାନ ଶିବଙ୍କୁ ମାଂସ ଏବଂ ମଦ ସହିତ ଟଫି ଏବଂ ବିସ୍କୁଟ ଅର୍ପଣ କରନ୍ତି। ଏହି ମନ୍ଦିରରେ ମହାଦେବ ସାତ୍ୱିକ୍, ରାଜସି ଏବଂ ତାମସି ତିନୋଟି ରୂପରେ ବିରାଜମାନ ଅଟନ୍ତି।କାଶୀ ସହର ଥିବା ଏହି ଶିବ ମନ୍ଦିରରେ, ଶରତର ଏକ ବିଶେଷ ଦିନରେ ବାବାଙ୍କର ତ୍ରିଗୁଣାତ୍ମକ ସୁଙ୍ଗାର କରାଯାଇଥାଏ। କଫି-ବିସ୍କୁଟ, ଫଳ, ମାଂସ ଏବଂ ମଦ ସକାଳ ସମୟରେ ଶିବଙ୍କୁ ବାଲ ବଟୁକ ଭାବରେ ଅର୍ପଣ କରାଯାଏ। ଅପରାହ୍ନରେ ରାଜସି ରୂପରେ ମହାଦେବଙ୍କୁ ଭାତ, ଡାଲି, ରୁଟି ଏବଂ ତରକାରୀ ଭୋଗ ଭାବେ ଅର୍ପଣ କରାଯାଇଥାଏ।

ବାବାଙ୍କ ମହା ଆରତୀ ପରେ ସନ୍ଧ୍ୟାରେ ଭୈରବ ରୂପରେ ମଟନ୍ ତରକାରୀ, ଚିକେନ୍ ତରକାରୀ, ମାଛ ତରକାରୀ, ଓମଲେଟ୍ ସହିତ ମଦ ଭୋଗ ଲାଗି ହୋଇଥାଏ। ବାବା ସନ୍ଧ୍ୟାରେ ତାମସିକ ରୂପରେ ରହିଥାନ୍ତି। ସେଥିପାଇଁ ତାମସିକ ଜିନିଷଗୁଡ଼ିକ ଦିଆଯାଏ। ସ୍ୱତନ୍ତ୍ର ରୀତିନୀତି ପାଇଁ, ଖପରଗୁଡିକୁ ମଦରେ ଭର୍ତି କରାଯିବା ସହ ତାଙ୍କୁ ମଦରେ ସ୍ନାନ କରାଯାଇଥାଏ। ଏଠାରେ ଯଜ୍ଞ କୁଣ୍ଡରେ ନିଆଁ ସ୍ୱୟଂ ଭାବରେ ଲାଗିଥାଏ । ବିଶ୍ବାସ ରହିଛି ଯେ ବାବା ବଟୁକ ଭୈରବ ଥରେ ପ୍ରସନ୍ନ ହେଲେ ମନୁଷ୍ୟର ସମସ୍ତ ଦୁଃଖ, ଯନ୍ତ୍ରଣା ଦୂର କରିଦିଅନ୍ତି। ତେଣୁ ନିଜର ଦୁଃଖ ଜଣାଇବା ପାଇଁ ଏଠାକୁ ହଜାର ହଜାର ଭକ୍ତ ଆସିଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: