
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଯୋଗୁ ମୃଦୁ ପାନୀୟ କମ୍ପାନୀ କୋକା କୋଲା ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏକ ପ୍ରେସମିଟରେ ରୋନାଲ୍ଡୋ ଟେବୁଲ ଉପରେ କୋକାକୋଲା ବୋତଲ ଦେଖି ରାଗି ଯାଇଥିଲେ। ସେ ୨ଟି ବୋତଲ ହଟାଇବା ସହ କୋଲ୍ଡ ଡ୍ରିଙ୍କସ ନୁହେଁ, ପାଣି ପିଇବା ଅଭ୍ୟାସ କର ବୋଲି ପରାମର୍ଶ ଦେଇଥିଲେ। ତାଙ୍କର ଏହି ପଦକ୍ଷେପ ଯୋଗୁ କମ୍ପାନୀର ଶେୟାର ୫୬.୧୦ରୁ ୫୫.୨୨କୁ ଖସି ଆସିଥିଲା। ଯାହାର ବଜାର ମୂଲ୍ୟ ୨୯ ହଜାର କୋଟି। ରୋନାଲ୍ଡୋ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ଫିଟ୍ ଖେଳାଳି ହୋଇଥିବାରୁ କମ୍ପାନୀ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥିଲା । ସେହିପରି କୋକା କୋଲା ହେଉଛି ୟୁ଼ରୋକପର ମୁଖ୍ୟ ସ୍ପନସର।
Do NOT put Coca Cola in front of Cristiano Ronaldo 😠
— GOAL (@goal) June 15, 2021
This is absolutely brilliant 🤣 pic.twitter.com/bw9FYlTOI4
0 Comments