ଇନଷ୍ଟାଗ୍ରାମ୍ ଉପରେ ବି ଆକ୍ସନ ହେବ ! ଟ୍ୱିଟର ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଇନଷ୍ଟାଗ୍ରାମ୍ ଉପରେ ବି ଆକ୍ସନ ହେବ ! ଟ୍ୱିଟର ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟ୍ୱିଟର ପରେ ଏବେ ଇନଷ୍ଟାଗ୍ରାମ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର। ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଇନଷ୍ଟାଗ୍ରାମ ବିରୋଧରେ ମାମଲା ଦାଖଲ କରିଛି। କିଛିଦିନ ହେବ ଇନଷ୍ଟାଗ୍ରାମ ଉପରେ ଧାର୍ମିକ ଉନ୍ମାଦନା ଓ ସାଂପ୍ରଦାୟିକ ହିଂସାକୁ ଉସକାଇବା ଭଳି ସଙ୍ଗିନ ଅଭିଯୋଗ ଆସୁଛି । ଏନେଇ ମଙ୍ଗଳବାର ଦିନ ମାମଲା ଦାୟର ହୋଇଛି। ମାମଲା ଦାୟର ହେବା ପରେ ସ୍ପେଶାଲ ସେଲର ଟିମ୍ ଖୁବଶୀଘ୍ର ନୋଟିସ ପଠାଇ ଇନଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼଼ି ହୋଇଥିବା ଅଧିକାରୀମାନଙ୍କ ବୟାନ ଦାଖଲ କରିବ। ଏହାପରେ ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ସୋସିଆଲ ମିଡିଆର ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗତ କିଛିଦିନ ଧରି ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଚାଲିଛି। ଏପରିକି ନୂଆ ନିୟମ ପାଳନ କରି ନ ଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର । ମିଡିଆ ରିପୋର୍ଟସ ଅନୁସାରେ, ୨୫ ମେ’ରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନାହିଁ । ଏହାପରେ ଟ୍ୱିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଆଇନଗତ ସୁରକ୍ଷା ହରାଇବା ପରେ ବର୍ତ୍ତମାନ ଆଇପିସିର ଧାରା ଅନୁସାରେ ଟ୍ୱିଟର ଉପରେ ମାମଲା ରୁଜୁ ହୋଇପାରିବ ଓ ପୋଲିସ ପଚରାଉଚରା ବି କରିପାରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: