ଜେଲରୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ବାହାରିଛନ୍ତି। ତେବେ ଜେଲରୁ ମୁକୁଳିବା ସମୟରେ ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ରହିଥିଲେ। ବିଭିନ୍ନ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ। ଠକେଇ, ଜାଲିଆତି ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଏହାସହ ଆପରାଧିକ ଷଡ଼ଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା। ହେଲେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଜେଲରୁ ବାହାରିଛନ୍ତି।
ଡିସେମ୍ବର ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Leave a Reply

Your email address will not be published.