ଏହି ଘଣ୍ଟାରେ କେବେବି ବାଜେନି ୧୨ଟା

ଏହି ଘଣ୍ଟାରେ କେବେବି ବାଜେନି ୧୨ଟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ ସମୟ ସବୁଠୁ ବଳବାନ, ସମୟ କେବେ ଅଟକି ରୁହେନି। ଯେଉଁ ସମୟ ଥରେ ଚାଲିଯାଏ ସେ କେବେ ଫେରିନଥାଏ। ତେବେ ସମସ୍ତ ସାଧାରଣ ଘଣ୍ଟାରେ ଦିନରେ ଦୁଇଥର ୧୨ ଟା ବାଜିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ଘଣ୍ଟା ଅଛି, ଯେଉଁଥିରେ କେବେବି ୧୨ ଟା ସମୟ ବାଜି ନଥାଏ । ଏହା ପଛରେ ଥିବା ସତ୍ୟତା ଅତ୍ୟନ୍ତ କୌତୁହଳ।
ଏହି ଅଦ୍ଭୁତ ଘଣ୍ଟାଟି ସ୍ୱିଜରଲ୍ୟାଣ୍ଡର ସୋଲାଥର୍ନ ସହରରେ ଅଛି। ସହରର ଟାଉନ୍ ସ୍କୋୟାରରେ ସେହି ବିସ୍ମୟ ଘଣ୍ଟାଟି ଲାଗିଛି। ଘଣ୍ଟାଟିରେ କେବଳ ୧୧ ଅଙ୍କ ପର୍ଯ୍ୟନ୍ତ ରହିଛି। ୧୨ ନମ୍ବର ଏଥିରୁ ନିଖୋଜ ଅଛି। ବାସ୍ତବରେ, ଏଠାରେ ଆହୁରି ଅନେକ ଘଣ୍ଟା ଅଛି, ଯେଉଁଥିରେ କେବେବି ୧୨ଟା ବାଜେ ନାହିଁ। ସୋଲାଥର୍ନ ସହରର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏଠାରେ ରାହୁଥିବା ଲୋକଙ୍କର ୧୧ ସଂଖ୍ୟା ପ୍ରତି ଏକ ବିଶେଷ ଦୁର୍ବଳତା ରହିଛି। ଏଠାରେ ଯାହା କିଛି ରହିଛି, ସେମାନଙ୍କର ଡିଜାଇନ୍ ୧୧ ନମ୍ବରର ଆଖପାଖରେ ରହିଥାଏ। ଏହି ସହରରେ ଚର୍ଚ୍ଚ ଏବଂ ଚାପେଲଗୁଡିକର ସଂଖ୍ୟା ୧୧–୧୧ ଅଟେ। ଏହା ବ୍ୟତୀତ ସଂଗ୍ରହାଳୟ, ଐତିହାସିକ ସ୍ଥଳୀ ଏବଂ ଟାୱାର ମଧ୍ୟ ୧୧ ନମ୍ବର ରହିଥାଏ।
ଆପଣ ଏଠାରେ ସେଣ୍ଟ ଉର୍ସୁର ମୁଖ୍ୟ ଚର୍ଚ୍ଚରେ ୧୧ ନମ୍ବରର ମହତ୍ତ୍ଵକୁ ସ୍ପଷ୍ଟ ଭାବରେ ବୁଝିପାରିବେ। ବାସ୍ତବରେ, ଏହି ଚର୍ଚ୍ଚ ମଧ୍ୟ ୧୧ ବର୍ଷରେ ସମ୍ପୂର୍ଣ୍ଣ ହୋଇଥିଲା। ଏଠାରେ ତିନୋଟି ସିଡ଼ିର ଏକ ସେଟ୍ ଅଛି ଏବଂ ପ୍ରତ୍ୟେକ ସେଟ୍ ରେ ୧୧ ଧାଡି ରହିଛି। ଏହା ବ୍ୟତୀତ ୧୧ ଟି କବାଟ ଏବଂ ୧୧ ଟି ଘଣ୍ଟି ମଧ୍ୟ ଏଠାରେ ରହିଛି। ୧୧ ନମ୍ବର ପାଇଁ ଏଠାକାର ଲୋକଙ୍କର ଏତେ ଭଲପାଇବା ଅଛି ଯେ ସେମାନେ ଏଗାର ତମ ଜନ୍ମଦିନକୁ ଏକ ବିଶେଷ ଉତ୍ସବ ଭାବେ ପାଳନ କରନ୍ତି । ଏହି ଅବସରରେ ଦିଆଯାଇଥିବା ଉପହାରଗୁଡ଼ିକ ମଧ୍ୟ ୧୧ ନମ୍ବର ସହିତ ଜଡିତ ଥାଏ। ୧୧ ନମ୍ବର ସହ ସେଠାକାର ଲୋକଙ୍କ ଏପରି ଆବେଗ ପଛରେ ଏକ ଶତାବ୍ଦୀ ପୁରୁଣା ବିଶ୍ୱାସ ରହିଛି। କୁହାଯାଏ ଯେ ଗୋଟିଏ ସମୟରେ ସୋଲାଥର୍ନର ଲୋକମାନେ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଏହା ସତ୍ତ୍ଵେ ସେମାନଙ୍କ ଜୀବନରେ ସୁଖ ନଥିଲା। କିଛି ଦିନ ପରେ, ଏଠାରେ ଥିବା ପାହାଡରୁ ଏଲଫ୍ ଆସି ସେମାନଙ୍କୁ ଉତ୍ସାହିତ କରିବା ଆରମ୍ଭ କରିଥିଲା। ଏଲଫର ଆଗମନ ସେଠାରେ ଥିବା ଲୋକଙ୍କ ଜୀବନରେ ଖୁସି ଆଣିଦେଇଥିଲା। ଏଲଫକୁ ନେଇ ଜର୍ମାନୀରେ ପୌରାଣିକ କାହାଣୀ ଶୁଣିବାକୁ ମିଳେ। କୁହାଯାଏ ଯେ ସେମାନଙ୍କର ଅଲୌକ ଶକ୍ତି ଅଛି ଏବଂ ଜର୍ମାନ ଭାଷାରେ ଏଲଫ୍ ହେଉଛି ୧୧। ତେଣୁ ସୋଲଥର୍ନର ଲୋକମାନେ ଏଲଫକୁ ୧୧ ନମ୍ବର ସହ ଯୋଡିଥିଲେ ଏବଂ ସେବେଠାରୁ ଏଠାକାର ଲୋକମାନେ ୧୧ ନମ୍ବରକୁ ଗୁରୁତ୍ୱ ଦେବା ଆରମ୍ଭ କଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: