ରଙ୍ଗ ଦୋକାନରେ ଚଢ଼ାଉ

ରଙ୍ଗ ଦୋକାନରେ ଚଢ଼ାଉ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀ ଇନ୍‌ଫୋସିଟି ଥାନା ପଟିଆ ଅଞ୍ଚଳରେ ନକଲି ରଙ୍ଗ ବିକ୍ରି କରୁଥିବା ଅଭିଯୋଗରେ ବୁଧବାର ଏକ ଦୋକାନରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଉକ୍ତ ଦୋକାନରୁ ପୋଲିସ ୩୭ଟି ବାଲ୍‌ଟି ଜବତ କରିଛି। ତେବେ ଜବତ ରଙ୍ଗ ନକଲି କି ଅସଲି ତାହା ଜଣାପଡ଼ିନାହିଁ। ଜଣେ ବ୍ୟକ୍ତି ଏହି ଦୋକାନରୁ ଏସିଆନ୍‌ ପେଣ୍ଟ କମ୍ପାନୀର ଏକ ରଙ୍ଗ ବାଲ୍‌ଟି କିଣିଥିଲେ। ତାହା ନକଲି ବୋଲି ଜାଣିବା ପରେ ସେ କମ୍ପୀନକୁ ଜଣାଇ ଅଭିଯୋଗ କରିଥିଲେ। ଏସିଆନ୍‌ ପେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ ନୂଆଦିଲ୍ଲୀର ଏକ ଡିଟେକ୍ଟିଭ୍‌ ଏଜେନ୍ସିକୁ ଯାଞ୍ଚ ପାଇଁ ଦାୟିତ୍ୱ ଦେଇଥିଲେ। ୧୭ରୁ ୧୮ ଦିନ ହେଲା ଉକ୍ତ ଦୋକାନ ଉପରେ ଏଜେନ୍ସି ନଜର ରଖୁଥିଲା। ବୁଧବାର ସେମାନେ ପ୍ରମାଣ ପାଇବା ପରେ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: