ପଥରଖଣି ମାଲିକଙ୍କଠୁ ଲାଞ୍ଚ ନେଇ ବନ୍ଧା ହେଲେ ପୋଲିସ ଏସଡିପିଓ

ପଥରଖଣି ମାଲିକଙ୍କଠୁ ଲାଞ୍ଚ ନେଇ ବନ୍ଧା ହେଲେ ପୋଲିସ ଏସଡିପିଓ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଭିଜିଲାନ୍ସ ଜାଲରେ ପୋଲିସ ଏସଡିପିଓ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ହିନ୍ଦୋଳ କାରନ୍ଦା ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କ ନିକଟରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ବାବଦରେ ପାସ କରାଇଦେବାକୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ଟିମ ଖବରପାଇ ତାଙ୍କୁ ରେଡ ହ୍ୟାଣ୍ଡ ଧରିଥିବା ସୂଚନା ମିଳିଛି । ଘଟଣା ନେଇ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: