ନ୍ୟାସନାଲ ହେରାଲ୍ଡ ମାମଲା:ସୋନିଆ-ରାହୁଲଙ୍କୁ EDର ନୋଟିସ୍

ନ୍ୟାସନାଲ ହେରାଲ୍ଡ ମାମଲା:ସୋନିଆ-ରାହୁଲଙ୍କୁ EDର ନୋଟିସ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍‌ କରିଛି।ଜୁନ୍ ୮ ରେ ପଚରାଉଚରା ପାଇଁ ହାଜର ହେବାକୁ ଇଡି ଉଭୟଙ୍କୁ କହିଛି। ସୋନିଆ ଗାନ୍ଧୀ ଇଡି ସମ୍ମୁଖରେ ହାଜର ହେବେ ବୋଲି କଂଗ୍ରେସ କହିଛି। ଯଦି ରାହୁଲ ଦିଲ୍ଲୀରେ ରୁହନ୍ତି, ତେବେ ସେ ମଧ୍ୟ ଜେରା ପାଇଁ ଯିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।ନ୍ୟାସନାଲ ହେରାଲ୍ଡ ମାମଲାରେ ଏପ୍ରିଲ ୧୨ରେ କଂଗ୍ରେସର ଦୁଇ ବଡ଼ ନେତା ପୱନ ବନସଲ ଏବଂ ମଲ୍ଲିକାର୍ଜୁନ ଖର୍ଗେଙ୍କୁ ମଧ୍ୟ ଇଡି ତଦନ୍ତ ପରିସରଭୁକ୍ତ କରିଥିଲା ।

୨୦୧୪ରେ ସୁବ୍ରମଣ୍ୟମ ସ୍ୱାମୀ, ସୋନିଆ ଏବଂ ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏଥିରେ ସ୍ବାମୀ ଗାନ୍ଧୀ ପରିବାର ବିରୋଧରେ ୫୫ କୋଟି ଟଙ୍କା ହେରଫେର୍ ଅଭିଯୋଗ ଆଣିଥିଲେ ।ସୋନିଆ ଓ ରାହୁଲଙ୍କୁ ନୋଟିସ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ଏକଛତ୍ରବାଦୀ ସରକାର ଡରିଯାଇଛି । ତେଣୁ ପ୍ରତିଶୋଧ ନେବାପାଇଁ ଏମିତି କରାଯାଉଛି। ପ୍ରତିଶୋଧ ଭାବନାରେ ସରକାର ଅନ୍ଧ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି।ଆମକୁ ଭୟଭୀତ କରିବା ପାଇଁ ଏପରି କରାଯାଉଛି, କିନ୍ତୁ ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ସାହସର ସହ ଏହାର ସାମ୍ନା କରିବୁ ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: