ଡାକ୍ତରଖାନାରେ ଦୁର୍ଘଟଣା, ରୋଗୀଙ୍କ ଉପରେ ଚଢ଼ିଗଲା ଗାଡ଼ି

ଡାକ୍ତରଖାନାରେ ଦୁର୍ଘଟଣା, ରୋଗୀଙ୍କ ଉପରେ ଚଢ଼ିଗଲା ଗାଡ଼ି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ରୋଗୀ ଓ ସମ୍ପର୍କୀୟଙ୍କ ଉପରେ ଚଢିଗଲା ମେଡିକାଲ କାମରେ ନିୟୋଜିତ ବୋଲେରୋ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁଯାୟୀ, ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ବେଳେ ଏହି ଦୁର୍ଘଟଣା ଘଟିଛି। ବୋଲେରୋ ଧକ୍କାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭଦ୍ରକ ମେଡିକାଲରେ ଶ୍ରୀଧର ନାମକ ବ୍ୟକ୍ତିଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣାର ତଦନ୍ତ ଚାଲିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: