ତେଲିଆ ମୁଣ୍ଡରେ ତେଲ: ‘ପ୍ରଧାନସେବକ’ଙ୍କ ‘ପ୍ରଧାନ’ ତାଲିକାରେ ସ୍ଥାନ ବଜାୟ ରଖିଲେ ଓଡ଼ିଆ ପୁଅ ‘ପ୍ରଧାନ’

ତେଲିଆ ମୁଣ୍ଡରେ ତେଲ: ‘ପ୍ରଧାନସେବକ’ଙ୍କ ‘ପ୍ରଧାନ’ ତାଲିକାରେ ସ୍ଥାନ ବଜାୟ ରଖିଲେ ଓଡ଼ିଆ ପୁଅ ‘ପ୍ରଧାନ’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସଂପ୍ରସାରଣ ପୂର୍ବରୁ ଅପସାରଣର ପର୍ବ ଆରମ୍ଭ ହୋଇସାରିଥିଲା । ପ୍ରଥମ, ଦ୍ୱିତୀୟ ତୃତୀୟ ପର୍ଯ୍ୟନ୍ତ ଠିକ୍ ଠାକ୍ ଥିଲା ସେତେଟା ବେଶି କିଛି ଚର୍ଚ୍ଚା ନଥିଲା । ଧିରେ ଧିରେ କିନ୍ତୁ ଯେଉଁ ମନ୍ତ୍ରୀମାନଙ୍କ ନାମ ସାମ୍ନାକୁ ଆସିଲା ମନ୍ତ୍ରିମଣ୍ଡଳ ଅଦଳବଦଳର ବୀଜଗଣିତକୁ ପୁରାପୁରି ଏପଟ ସେପଟ କରିଦେଲା । କ୍ରିକେଟ ଖେଳ ଭଳି ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ଇସ୍ତଫା ଦେଲେ ।

ସଂପ୍ରସାରଣ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କ, ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର, ରସାୟନ ଓ ସାର ମନ୍ତ୍ରୀ ଡି. ଭି. ସଦାନନ୍ଦ ଗୌଡ଼ା ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ନିଶଙ୍କ ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି । ସେପଟେ ରସାୟନ ଓ ସାର ମନ୍ତ୍ରୀ ଡି. ଭି. ସଦାନନ୍ଦ ଗୌଡ଼ା ଓ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି।  ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ଏମଏସଏମଇ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶାର ମୋଦି ଭାବରେ ପରିଚିତ ଥିଲେ ନନା ।  ସେହିପରି ମୋଦିଙ୍କ ଟିମର ବାଦ୍ ପଡ଼ିଛନ୍ତି ବଡ଼ ଚେହେରା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଛାଡ଼ିଲେ ଡାକ୍ତର ହର୍ଷବର୍ଦ୍ଧନ । ସଂପ୍ରସାରଣ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି । ମୋଦିଙ୍କ ଦ୍ୱିତୀୟ ପାଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ ହର୍ଷବର୍ଦ୍ଧନ । ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି ଡାକ୍ତର ହର୍ଷବର୍ଦ୍ଧନ ।

ତେବେ ଯେଉଁ ଚର୍ଚ୍ଚା ହେଉଥିଲା ତାହା ସତ ପ୍ରମାଣିତ ହୋଇଛି ସାରା ଦେଶରୁ ତେଲଦର ବୃଦ୍ଧିକୁ ନେଇ ଅସନ୍ତୋଷ ବଢ଼ିବା ପରେ ପେଟ୍ରୋଲିୟମ ମନ୍ତ୍ରାଳୟ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଛଡ଼ାଇ ନିଆଯାଇ ହରଦୀପ ସିଂ ପୁରୀଙ୍କୁ ହସ୍ତାନ୍ତର କରାଯାଇଛି । ନୂଆ ଶିକ୍ଷାମନ୍ତ୍ରୀ ଭାବେ କିନ୍ତୁ ପ୍ରଧାନସେବକଙ୍କ ପ୍ରଧାନ ତାଲିକାରେ ନିଜ ସ୍ଥାନ ପକ୍କା କରିବାରେ ସମର୍ଥ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: