ଦୁନିଆର ସବୁଠୁ ଦାମୀ ଅଙ୍ଗୁର, ଗୋଟିଏ କିଲୋ ଅଙ୍ଗୁର ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୭ଲକ୍ଷ ୫୦ ହଜାର

ଦୁନିଆର ସବୁଠୁ ଦାମୀ ଅଙ୍ଗୁର, ଗୋଟିଏ କିଲୋ ଅଙ୍ଗୁର ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୭ଲକ୍ଷ ୫୦ ହଜାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଙ୍ଗୁର ଗୋଟିଏ ତୁନ୍ଦ୍ରାଞ୍ଚଳ ଫଳ, ଥଣ୍ଡା ଅଞ୍ଚଳରେ ଅଙ୍ଗୁର ଭଲ ଫଳିଥାଏ। ଭାରତରେ ଏହାର ବଜାର ମୂଲ୍ୟ ସାଧାରଣତଃ କିଲୋକୁ ୧୦୦ ରୁ ୪୦୦ ଟଙ୍କା ଭିତରେ ରହିଥାଏ। ବେଳେବେଳେ ଅଧିକ ଫଳ ବଜାରକୁ ଆସିଲେ ୪୦ କି ୫୦ ଟଙ୍କାରେ ବିକ୍ରୀ ହୋଇଥାଏ। ହେଲେ ଏବେ ଗୋଟିଏ ଅଙ୍ଗୁର ବେଶ ଚର୍ଚ୍ଚାରେ ରହିଛି । ଏହି ଅଙ୍ଗୁର ବିଶ୍ଵର ସବୁଠୁ ଦାମୀ ଅଙ୍ଗୁର ବୋଲି କୁହାଯାଉଛି। ଜାପାନରେ ଏହି ଦୁର୍ଲଭ ପ୍ରଜାତିର ଅଙ୍ଗୁର ଫଳିଥାଏ। ଏହାକୁ ରୁବି ରୋମନ ଅଙ୍ଗୁର (Ruby Roman grapes) କୁହାଯାଏ। ଭାରତରେ ଏହି ଅଙ୍ଗୁରର ମୂଲ୍ୟ କିଲୋ ପ୍ରତି ୭ ଲକ୍ଷ ୫୦ ହଜାର ଟଙ୍କା ଅଟେ। ଏହାର ଆକାର ଓ ସ୍ବାଦ ପାଇଁ ଲକଜୁରୀ ଫ୍ରୁଟ୍ସରେ ସାମିଲ କରାଯାଇଛି।ଅଙ୍ଗୁରଗୁଡ଼ିକ ପିଙ୍ଗ୍‌ ପଙ୍ଗ୍‌ ବଲ ପରି ଦେଖା ଯିବା ସହ ପ୍ରତ୍ୟେକ ଅଙ୍ଗୁର ଆକାରର ଓ ଗଠନ ସମାନ ରହିଥାଏ। ପ୍ରତ୍ୟେକ ଅଙ୍ଗୁର ଓଜନ ୨୦ ଗ୍ରାମର ଓ ଲମ୍ବ ୩ ସେମି ହୋଇଥାଏ। ପ୍ରତି ବର୍ଷ ଏହି ଆଙ୍ଗୁରର କେବଳ ୨୪୦୦ ପେନ୍ଥା ଫଳିଥାଏ। ଏହାକୁ ଜାପାନର ଇଶିକାଓ୍ବା ପ୍ରି ଫ୍ରକଚ୍ୟୁରାଲ ପ୍ରସ୍ତୁତ କରିଥିଲା। କିଛି ବର୍ଷ ପୂର୍ବେ ଜାପାନର ନିଲାମରେ ୨୪ଟି ଅଙ୍ଗୁରକୁ ୮ଲକ୍ଷ ୧୭ହଜାରରେ ଅର୍ଥାତ୍‌ ଗୋଟିଏ ଅଙ୍ଗୁରର ଦାମ୍‌ ୩୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏହି ଅଙ୍ଗୁର ପ୍ରଥମ କରି ୨୦୦୮ ମସିହାରେ ଏକ ନୂଆ ପ୍ରଜାତି ଭାବେ ବିକଶିତ ହୋଇଥିଲା। ଏବେ ସୋସିଆଲ ମିଡିଆରେ ଏହି ଅଙ୍ଗୁରର ଫଟୋ ଭାଇରାଲ ହେବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: