ଶଙ୍ଖ ଫୁଙ୍କିଲେ ତେଲକୋଇର ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ

ଶଙ୍ଖ ଫୁଙ୍କିଲେ ତେଲକୋଇର ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ

ପ୍ରିଜମ ନ୍ୟୁଜ ବ୍ୟୁରୋ:ବଢ଼ିଲା ବିଜେଡିର ବଳ । ଶଙ୍ଖ ଫୁଙ୍କିଲେ ପୂର୍ବତନ କଂଗ୍ରେସ ବିଧାୟକ ତଥା ବିଜେପି ନେତା ଧନୁର୍ଜୟ ସିଦ୍ଧୁ। ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଥିଲେ ଧନୁର୍ଜୟ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଧନୁର୍ଜୟ ସିଦ୍ଧୁ ଆନୁଷ୍ଠାନିକ ଭାବେ ଶଙ୍ଖ ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା ଧନୁର୍ଜୟ ସିଦ୍ଧୁ କହିଛନ୍ତି। ନଭେମ୍ବର ୫ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ଧନୁର୍ଜୟ ସିଦ୍ଧୁ । ଦଳୀୟ ସମସ୍ୟା ଓ ବାଛ ବିଚାର ନୀତି ଯୋଗୁଁ ସେ ବିଜେପି ଛାଡିଥିବା କହିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଧନୁର୍ଜୟ ସିଦ୍ଧୁ । ସେ ୨୦୦୪ ମସିହାରେ କଂଗ୍ରେସରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ତେଲକୋଇ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ରେ ସେ ତେଲକୋଇ ଆସନରୁ ପ୍ରାର୍ଥୀ ହୋଇଥିଲେ, ହେଲେ ହାରି ଯାଇଥିଲେ । କଂଗ୍ରେସ ଛାଡ଼ିବା ପରେ ବିଜେପିରେ ମିଶିଥିଲେ ଏବେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: