ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ ମିଳିବ ମାଗଣା ଚାଉଳ

ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ ମିଳିବ ମାଗଣା ଚାଉଳ

ପ୍ରିଜମ ନ୍ୟୁଜ ବ୍ୟୁରୋ:ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର । ୨୦୨୨ ମାର୍ଚ୍ଚ ମାସ ଯାଏ ପ୍ରତିମାସ ୫ କେଜି ଚାଉଳ ମାଗଣାରେ ହିତାଧିକାରୀଙ୍କୁ ଦିଆଯିବ । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣାରେ ମିଳିବ ଚାଉଳ । ମାଗଣାରେ ଅତିରିକ୍ତ ୫ କିଲୋ ଚାଉଳ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ମାଗଣା ମିଳିବ। ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହି ଚାଉଳ ମିଳିବ । ଏହି ଯୋଜନା ଅଧୀନରେ ୨,୮୮,୫୨୮ ପରିବାରର ୯,୧୫,୫୩୨ ହିତାଧିକାରୀ ଉପକୃତ ହେବେ।ଏଥିପାଇଁ ମାସକୁ ୪,୫୭୮ ଟନ୍ ଚାଉଳ ହିସାବରେ ୪ମାସରେ ୧୮,୩୧୦.୬୪୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ସମୁଦାୟ ୬୮.୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।ଏଥିପାଇଁ ମାସିକ ୪,୫୮୭ ଟନ ଚାଉଳ ଯୋଗାଇ ଦିଆଯିବ । ୪ ମାସରେ ରାଜ୍ୟ କୋଟାରୁ ମୋଟ ୧୮, ୩୧୦.୬୪୦ ଟନ ଚାଉଳ ଯୋଗାଇ ଦିଆଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: