ଚିଲିକା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ

ଚିଲିକା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଲକ୍ଷ୍ମୀପୁର ଖେରି ଘଟଣାର ପୁନରାବୃତ୍ତି ହୋଇଛି। କିନ୍ତୁ ଏଠାରେ ଫଳ ଓଲଟା ଆସିଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ ମାରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ଜଗଦେବ ସାଧାରଣ ଜନତା ଓ ପୋଲିସଙ୍କୁ ଗାଡି ମଡାଇବାକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବିଜେପିରୁ ୧୫ଜଣଙ୍କ ସହ ୩ଜଣ ଗୁରୁତର ଥିବାବେଳେ ପୋଲିସରୁ ୯ଜଣ ଆହତ ହୋଇଛନ୍ତି। ତେବେ ଜଗଦେବଙ୍କୁ ମିଳିଛି ଓଲଟା ଜବାବ। ସ୍ଥାନିୟ ଲୋକ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିଲା ।ଏହି ସମୟରେ ବିଧାୟକଙ୍କ ଗାଡି ବିଜେପି କର୍ମୀଙ୍କ ଉପରେ ମାଡି ଯାଇଥିଲା ।ଫଳରେ ଲୋକମାନେ ଉତକ୍ଷିପ୍ତ ହୋଇ ବିଧାୟକଙ୍କୁ ମାଡ ମାରି ଲହୁ ଲୁହାଣ କରିଥିଲେ । ଫଳରେ ତାଙ୍କୁ ପ୍ରଥମ ଟାଙ୍ଗି ହସ୍ପିଟାଲରେ ଭର୍ତି କରାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: