ଦିଲ୍ଲୀରେ ଆଜି ରାତିରୁ ବନ୍ଦ ହୋଇଯିବ ସମସ୍ତ ସରକାରୀ ମଦ ଦୋକାନ

ଦିଲ୍ଲୀରେ ଆଜି ରାତିରୁ ବନ୍ଦ ହୋଇଯିବ ସମସ୍ତ ସରକାରୀ ମଦ ଦୋକାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ମଦ ବେପାରରୁ ଔପଚାରିକ ଭାବେ ଓହରିଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ସରକାରଙ୍କ ନୂଆ ନିୟମ ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ରାଜଧାନୀ ଓ ସଲଗ୍ନ ଅଞ୍ଚଳରେ ଥିବା ସମସ୍ତ ସରକାରୀ ମଦ ଦୋକାନ ବନ୍ଦ ହୋଇଯିବ। ଫଳରେ ଦିଲ୍ଲୀ ସରକାରଙ୍କ ସଞ୍ଚାଳିତ ସହରର ପ୍ରାୟ ୬୦୦ ମଦ ଦୋକାନ ଆଜି ରାତିରୁ ବନ୍ଦ ହୋଇଯିବ।ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ୧୭ ନଭେମ୍ବର ସକାଳୁ ସହରରେ ଖୁଚୁରା ମଦ ଦୋକାନର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ଵ ଘରୋଇ ସଂସ୍ଥା ହାତକୁ ଚାଲିଯିବ। ସେପଟେ ଦିଲ୍ଲୀ ସରକାରଙ୍କ ସଞ୍ଚାଳିତ ମଦ ଦୋକାନ ସବୁ ବନ୍ଦ ହୋଇଯାଉଥିବାରୁ ରାଜଧାନୀରେ ମଦର ଅଭାବ ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଘରୋଇ ସଂସ୍ଥାଙ୍କ ସଞ୍ଚାଳନରେ ଖୁଚୁରା ମଦ ଦୋକାନ ଏକାସଙ୍ଗରେ ହୁଏତ ଖୋଲିନପାରେ। ତେବେ ସବୁ ଖୁଚୁରା ମଦ ଦୋକାନ ଯେପରି ଯଥାଶୀଘ୍ର ବେପାର ଆରମ୍ଭ କରିପାରିବେ ସେଥିଲାଗି ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।ସରକାର ଦିଲ୍ଲୀ ମହାନଗର ନିଗମକୁ ୩୨ଟି ଜୋନରେ ବିଭକ୍ତ କରି ଆବେଦନକାରୀଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ନୂଆ ଅବକାରୀ ଆଇନ ଅନୁସାରେ ପ୍ରଥମ ଦିନରେ ଅନୁନ୍ୟ ୩୦୦ରୁ ୩୫୦ଟି ଲାଇସେନ୍ସ ପ୍ରାପ୍ତ ମଦଦୋକାନ ଖୋଲିଯାଇପାରେ ବୋଲି ଅନୁମାନ କରାଯାଉଛି। ସରକାର ମୋଟ ୩୫୦ ଆବେଦନକାରୀଙ୍କୁ ପ୍ରୋଭିଜନାଲ ଲାଇସେନ୍ସ ଜାରି କରିଛନ୍ତି। ଦିଲ୍ଲୀରେ ପ୍ରଥମ ଥର ପାଇଁ ମଦ ବ୍ୟବସାୟ ଘରୋଇକରଣ ହୋଇଛି। ନୂଆ ଅବକାରୀ ନୀତି ଅନୁସାରେ ୨୬୦ ଘରୋଇ ମଦଦୋକାନ ସମେତ ଏବେ ରାଜଧାନୀରେ ୮୫୦ ମଦଦୋକାନ ଖୋଲିବ। ଏଥିପାଇଁ ସରକାର ଓପନ ଟେଣ୍ଡରରେ ମଦ ଦୋକାନ ଲାଇସେନ୍ସ ନିଲାମ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: