୬୭୯୪ ଗ୍ରାମ ପଞ୍ଚାୟତ ଓ ୯୧୯୧୬ ୱାର୍ଡରେ ହେବ ତ୍ରିସ୍ତରୀୟ ନିର୍ବାଚନ, ଏନଏସସିରେ ମିଶିଛି ୭ଟି ପଞ୍ଚାୟତ

୬୭୯୪ ଗ୍ରାମ ପଞ୍ଚାୟତ ଓ ୯୧୯୧୬ ୱାର୍ଡରେ ହେବ ତ୍ରିସ୍ତରୀୟ ନିର୍ବାଚନ, ଏନଏସସିରେ ମିଶିଛି ୭ଟି ପଞ୍ଚାୟତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେବଳ ରାଜନୈତିକ ଦଳ ନୁହନ୍ତି ବରଂ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଦେଇଛନ୍ତି । ଏଥର ୬୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ।୨୦୧୭ରେ ୬୮୦୧ ଗ୍ରାମ ପଞ୍ଚାୟତରେ ହୋଇଥିଲା ନିର୍ବାଚନ। ଏଥର ୭ଟି ଗ୍ରାମ ପଞ୍ଚାୟତ ଏନଏସସିରେ ମିଶି ଯାଇଥିବାରୁ ସେଗୁଡ଼ିକର ପଞ୍ଚାୟତ ନିର୍ବାଚନ ହେବନି। ଏସବୁ ପଞ୍ଚାୟତଗୁଡିକ ହେଲା ବାଲେଶ୍ଵର ରେମୁଣାର ୪ ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡଗାଁର ୨ଟି ଗ୍ରାମ ପଞ୍ଚାୟତ ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ। ସେହିପରି ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ ନାହିଁ । ସେହିଭଳି ଏଥର ସମୁଦାୟ ୯୧୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ । ଗତ ଥର ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯ହଜାର ୪୬୯ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨୦୩୧ଟି ୱାର୍ଡ ସଂରକ୍ଷିତ ରହିଥିବା ବେଳେ ସରପଞ୍ଚ ପଦ ପାଇଁ ୬୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ ସିଟ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେଥିରୁ ଓବିସି ବର୍ଗ ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ରଖାଯାଇଛି । ୬୭୯୩ ସମିତି ସଭ୍ୟ ପଦବୀରୁ ୩୫୩୮ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏଥିରେ ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି। ୨୦୨୨ ମାର୍ଚ୍ଚ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: