ଦୀପିକା ପାଦୁକୋନ ହେବେ ପିଭି ସିନ୍ଧୁ! ବାୟୋପିକ୍‌ ନେଇ ଚର୍ଚ୍ଚା

ଦୀପିକା ପାଦୁକୋନ ହେବେ ପିଭି ସିନ୍ଧୁ! ବାୟୋପିକ୍‌ ନେଇ ଚର୍ଚ୍ଚା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିକଟରେ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ସହିତ ଡିନର କରୁଥିବାର ନଜର ଆସିଥିଲେ । ଯାହାର ଫଟୋ ଦେଖି ଫ୍ୟାନ୍‌ମାନେ ଅନୁମାନ କରୁଛନ୍ତି କି, ବୋଧହୁଏ ସିନ୍ଧୁଙ୍କ ବାୟୋପିକ୍‌ ପ୍ରସ୍ତୁତ ହେଉଛି , ଯେଉଁଥିରେ ଦୀପିକା ଲିଡ୍‌ ରୋଲ୍‌ ରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ସେପଟେ ଦୀପିକା ମଧ୍ୟ ତାଙ୍କ ଫ୍ୟାନ୍‌ମାନଙ୍କୁ ଏନେଇ କିଛି କିଛି ହିଣ୍ଟ୍‌ସ ଦେଇଛନ୍ତି। ଦୀପିକା ସୋସିଆଲ ମିଡିଆରେ ପିଭି ସିନ୍ଧୁଙ୍କ ସହିତ ବ୍ୟାଡ୍‌ମିଣ୍ଟନ ଖେଳୁଥିବାର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହା ଦେଖି ଫ୍ୟାନମାନେ କମେଣ୍ଟସ୍‌ରେ ପଚାରୁଛନ୍ତି କି, କ’ଣ ବାୟୋପିକ୍‌ ତିଆରି ହେଉଛି କି’?

ଇନଡୋର୍‌ ବ୍ୟାଡ୍‌ମିଣ୍ଟନ ଫାସିଲିଟିରେ ଉଭୟ ଦୀପିକା ଓ ସିନ୍ଧୁ ଖେଳୁଥିବାର ଫଟୋ ଓ ଭିଡ଼ିଓରୁ ଜାଣି ହେଉଛି। ଫଟୋ ଏବଂ ଭିଡିଓ ସେୟାର କରି ଦୀପିକା ଲେଖିଛନ୍ତି, ‘ମୋ ଜୀବନର ଏକ ରେଗୁଲାର ଦିନ। ପିଭି ସିନ୍ଧୁଙ୍କ ସହିତ କ୍ୟାଲୋରୀ ବର୍ଣ୍ଣ କରୁଛି’। ଦୀପିକା ପାଦୁକୋନ ଓ ପିଭି ସିନ୍ଧୁଙ୍କ ସହିତ ଡିନର ପାର୍ଟିରେ ରଣବୀର ସିଂ ସାମିଲ ହୋଇଥିବାର ଜଣା ପଡ଼ିଛି।  ସୂଚନା ଥାଉ କି, ଦୀପିକା ପାଦୁକୋନ ଜଣେ ଜାତୀୟ ସ୍ତରର ବ୍ୟାଡ୍‌ମିଣ୍ଟନ ଖେଳାଳି। ଏହାସହ ସେ ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କ ଝିଅ। ତେଣୁ ଦୀପିକାଙ୍କ ସମ୍ପର୍କ ବ୍ୟାଡ୍‌ମିଣ୍ଟନ ସହ ବହୁ ପୁରୁଣା କହିଲେ ଭୁଲ ହେବନି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: