ଏମିତି ପ୍ରସ୍ତୁତ କରନ୍ତୁ ମିକ୍ସ୍ ଫ୍ରୁଟ୍ ଜାମ

ମିକ୍ସ ଫ୍ରୁଟ୍ ଜାମ ତିଆରି କରିବା ପାଇଁ ପ୍ରଥମେ ଫଳକୁ ଭଲ ଭାବରେ ଧୋଇ ସଫା କରନ୍ତୁ ଏବଂ ଏହାକୁ ଶୁଖାଇ ଦିଅନ୍ତୁ। ଗୁଜୁରାତି ଚୋପା କାଢି ଗୁଣ୍ଡ କରନ୍ତୁ। ଏହା ପରେ ଷ୍ଟ୍ରବେରିର ଚୋପା ଓ ମଞ୍ଜି ବାହାର କରନ୍ତୁ ଏବଂ ତା’ପରେ ଏକ ମିକ୍ସଚରରେ ସବୁକୁ ଗ୍ରାଇଣ୍ଡ୍ କରନ୍ତୁ।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରତ୍ୟେକ ଦିନ ଏକା ପ୍ରକାର ଜଳଖିଆ ଖାଇ ସମସ୍ତେ ବିରକ୍ତ ହୁଅନ୍ତି। କିଛି ଅଲଗା ଖାଇବାକୁ ଇଚ୍ଛା ହୁଏ। ଯଦି ଆପଣବି ସେମିତି ଅନୁଭବ କରୁଛନ୍ତି ତେବେ ଘରେ ମିକ୍ସ୍ ଫ୍ରୁଟ୍ ଜାମ ତିଆରି କରିପାରିବେ ଏବଂ ଏହାକୁ ରୁଟି କିମ୍ବା ପରଠା ସହିତ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ। ଆପଣ ପ୍ରତ୍ୟେକ ଫଳରୁ ଜାମ ତିଆରି କରିପାରିବେ। ତେବେ ଆଜି ଆମେ ଆପଣଙ୍କୁ ମିକ୍ସ ଫ୍ରୁଟ୍ ଜାମ ତିଆରି କରିବାର ରେସିପି  ବିଷୟରେ କହିବୁ।

ମିକ୍ସ ଫ୍ରୁଟ୍ ଜାମ ପାଇଁ ଆବଶ୍ୟକ ସାମଗ୍ରୀ:-

 ୨ଟି ବଡ ସେଓ

୨୦୦ ଗ୍ରାମ ଲିଚୁ

 ୩୦୦ ଗ୍ରାମ ବ୍ଲାକ୍ ଅଙ୍ଗୁର

୨୦୦ ଗ୍ରାମ ସପୁରୀ

୬୦୦ ଗ୍ରାମ ଚିନି

୧ଟା ଲେମ୍ବୁ

ଖଣ୍ଡେ ଡାଲଚିନି

 ୬ଟି ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ:-

 ମିକ୍ସ ଫ୍ରୁଟ୍ ଜାମ ତିଆରି କରିବା ପାଇଁ ପ୍ରଥମେ ଫଳକୁ ଭଲ ଭାବରେ ଧୋଇ ସଫା କରନ୍ତୁ ଏବଂ ଏହାକୁ ଶୁଖାଇ ଦିଅନ୍ତୁ। ଗୁଜୁରାତି ଚୋପା କାଢି ଗୁଣ୍ଡ କରନ୍ତୁ। ଏହା ପରେ ଷ୍ଟ୍ରବେରିର ଚୋପା ଓ ମଞ୍ଜି ବାହାର କରନ୍ତୁ ଏବଂ ତାପରେ ଏକ ମିକ୍ସଚରରେ ସବୁକୁ ଗ୍ରାଇଣ୍ଡ୍ କରନ୍ତୁ। ଅଙ୍ଗୁର ଓ ସପୁରୀକୁ ଖଣ୍ଡ କରି କାଟି ଦିଅନ୍ତୁ। ସେଓକୁ କୋରି ଦିଅନ୍ତୁ। ବର୍ତ୍ତମାନ ଏକ ପ୍ୟାନ ଗ୍ୟାସରେ ବସେଇ ସେଥିରେ କୋରା ଆପଲ୍ ରଖନ୍ତୁ ଏବଂ କମ୍ ଅଞ୍ଚଦେଇ ସେଥିରେ ଚିନି ପକାନ୍ତୁ। ଚିନି ତରଳିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଅବଶିଷ୍ଟ ଫଳଗୁଡିକୁ ଗ୍ରାଇଣ୍ଡ୍ କରନ୍ତୁ। ସମସ୍ତ ପେଷ୍ଟକୁ ଏବେ ପ୍ୟାନରେ ରଖନ୍ତୁ ଏବଂ ଭଲ ଭାବେ ମିଶାନ୍ତୁ। ଏଥିରେ ଡାଲଚିନି ଖଣ୍ଡ ମିଶାନ୍ତୁ ଏବଂ ଜାମକୁ ମଧ୍ୟମ କିମ୍ବା ଉଚ୍ଚ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ। ତାହା ମୋଟା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ମଝିରେ ମଝିରେ ଜାମକୁ ଘାଣ୍ଟନ୍ତୁ। ଯେତେବେଳେ ଜାମ ସାମାନ୍ୟ ମୋଟା ହୋଇଯିବ, ଗୁଜୁରାତି ଗୁଣ୍ଡ ସେଥିରେ ମିଶାନ୍ତୁ। ମୋଟା ହେବା ପରେ, ଗ୍ୟାସ ବନ୍ଦ କରି ତାହାକୁ ଥଣ୍ଡା ହେବାକୁ ରଖିଦିଆନ୍ତୁ ପରେ ପାତ୍ରରେ ଭରନ୍ତୁ।

Leave a Reply

Your email address will not be published. Required fields are marked *