କ୍ୟାପଟେନ କୁଲଙ୍କ କୁଲ୍ ଷ୍ଟାଇଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଏବେ ଚର୍ଚ୍ଚା। ଧୋନିଙ୍କ ଏହି ମେକ୍ ଓଭର ପ୍ରସିଦ୍ଧ ହେୟାରଷ୍ଟାଇଲ୍ ଆଲିମ୍ ହାକିମ୍ କରିଛନ୍ତି। ଆଲିମ୍ ହାକିମ ଧୋନିଙ୍କୁ ଏହି ନୂଆ ଲୁକ୍ ଦେଇଛନ୍ତି ଓ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧୋନିଙ୍କ ନୂଆ ଲୁକ ସେୟାର କରିଛନ୍ତି। ୪୦ ବର୍ଷୀୟ ମହେନ୍ଦ୍ର ସିଂ ଧୋନିଙ୍କ ଏହି ନୂଆ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। କେବଳ ନୂଆ ହେୟାର ଷ୍ଟାଇଲ ନୁହେଁ, ନୂଆ ଦାଢ଼ି ଷ୍ଟାଇଲ ମଧ୍ୟ ମାହି କରିଛନ୍ତି।

Leave a Reply

Your email address will not be published. Required fields are marked *